ଅଯୋଧ୍ୟାରେ ନିର୍ମାଣ ହେବ ରାମଙ୍କର ୧୦୦ ମିଟର ଉଚ୍ଚ ପ୍ରତିମୂର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଯୋଧ୍ୟାର ସରଜୁ ନଦୀକୂଳରେ ତିଆରି ହେବ ଭଗବାନ ରାମଙ୍କ ବିଶାଳ ମୂର୍ତ୍ତି। ଏହି ମୂର୍ତ୍ତି ନିର୍ମାଣ  କରିବେ ଯୋଗୀ ଆଦିତ୍ୟନାଥ ସରକାର। ୧୦୦ ମିଟରର ରାମଙ୍କ ମୂର୍ତ୍ତି ତିଆରି କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି। ବିବାଦୀୟ ରାମଜନ୍ମଭୂମି-ବାବ୍ରୀ ମସଜିଦ ସ୍ଥଳରୁ ଅଳ୍ପ ବାଟ ଦୂରରେ ଏହି ମୂର୍ତ୍ତି ପ୍ରତିଷ୍ଠା କରାଯିବ। ଉତ୍ତରପ୍ରଦେଶରେ ପର୍ଯ୍ୟଟନର ବିକାଶ କରିବା ଲାଗି ଯୋଗୀ ଆଦିତ୍ୟନାଥ ସରକାର ବହୁଗୁଡିଏ ପଦକ୍ଷେପ ନେଇଛନ୍ତି। ଆଉ ଏହି […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 08:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଯୋଧ୍ୟାର ସରଜୁ ନଦୀକୂଳରେ ତିଆରି ହେବ ଭଗବାନ ରାମଙ୍କ ବିଶାଳ ମୂର୍ତ୍ତି। ଏହି ମୂର୍ତ୍ତି ନିର୍ମାଣ  କରିବେ ଯୋଗୀ ଆଦିତ୍ୟନାଥ ସରକାର। ୧୦୦ ମିଟରର ରାମଙ୍କ ମୂର୍ତ୍ତି ତିଆରି କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି। ବିବାଦୀୟ ରାମଜନ୍ମଭୂମି-ବାବ୍ରୀ ମସଜିଦ ସ୍ଥଳରୁ ଅଳ୍ପ ବାଟ ଦୂରରେ ଏହି ମୂର୍ତ୍ତି ପ୍ରତିଷ୍ଠା କରାଯିବ। ଉତ୍ତରପ୍ରଦେଶରେ ପର୍ଯ୍ୟଟନର ବିକାଶ କରିବା ଲାଗି ଯୋଗୀ ଆଦିତ୍ୟନାଥ ସରକାର ବହୁଗୁଡିଏ ପଦକ୍ଷେପ ନେଇଛନ୍ତି। ଆଉ ଏହି କ୍ରମରେ ଭଗବାନ ରାମଙ୍କ ବିଶାଳ ମୂର୍ତ୍ତି ତିଆରି ପାଇଁ ଯୋଜନା କରାଯାଉଛି। ତେବେ ଏନେଇ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି, କିନ୍ତୁ ଏପଯର୍ୟନ୍ତ ଏହା ଉପରେ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ପର୍ଯ୍ୟଟନ ସଚିବ କହିଛନ୍ତି।

Related story