‘ମେ ଶେଷ ଯାଏ ଲକଡାଉନ ବଢ଼ାଇବାକୁ ଚିନ୍ତା କରୁଛି ପ୍ରଶାସନ’

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁଜୁରାଟରେ ୧,୬୩୮ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅହମ୍ମଦାବାଦରୁ ଆସିଛି। ମୁଖ୍ୟତଃ ଅହମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନେଇ ଶୁକ୍ରବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅହମଦାବାଦ ମହାନଗର ନିଗମର କମିଶନର ବିଜୟ ନେହେରା। ଚାରି ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି। ଯଦି ଏହି ସ୍ଥିତି ଲକଡାଉନ୍ ଶେଷ ଯାଏ ଜାରି ରହିବ ତା’ହେଲେ ମେ ଶେଷ ସୁଦ୍ଧା […]

Vijay-Nehra

Subhransu Sekhar
  • Published: Friday, 24 April 2020
  • , Updated: 24 April 2020, 10:48 PM IST

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁଜୁରାଟରେ ୧,୬୩୮ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅହମ୍ମଦାବାଦରୁ ଆସିଛି। ମୁଖ୍ୟତଃ ଅହମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନେଇ ଶୁକ୍ରବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅହମଦାବାଦ ମହାନଗର ନିଗମର କମିଶନର ବିଜୟ ନେହେରା।

ଚାରି ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି। ଯଦି ଏହି ସ୍ଥିତି ଲକଡାଉନ୍ ଶେଷ ଯାଏ ଜାରି ରହିବ ତା’ହେଲେ ମେ ଶେଷ ସୁଦ୍ଧା ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିପାରେ। କାରଣ ଲକଡାଉନ ଅବଧି ନ ବଢ଼ାଇଲେ ମେ ଶେଷ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ହୋଇପାରେ ବୋଲି କମିଶନର କହିଛନ୍ତି। ଏ ବାବଦରେ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

କମିଶନର ବିଜୟ ନେହେରା ଏକ ଭିଡିଓ ବାର୍ତ୍ତାରେ ଏଭଳି ମତ ରଖିଛନ୍ତି। ୧,୪୫୯ ଜଣ ଏବେ କରୋନାରେ ସଂକ୍ରମିତ ଥିବା ବେଳେ ୭୫ ଜଣଙ୍କର ମୃତ୍ୟୁ ଘଟିଛି। ୧୦୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

Related story