ବାବ୍ରି ରାୟକୁ ନେଇ ଜବାବ ରଖିଲେ ଆଡ଼ଭାନୀ

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ମାମଲାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ। ରାୟ ଶୁଣାଣି ବେଳେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ରାୟ ଶୁଣିବା ପରେ ସେ ଜୟ ଶ୍ରୀରାମ କହି ରାୟକୁ ସ୍ୱାଗତ କରିଥିବା କହିଛନ୍ତି। ରାୟ ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଡଭାନୀଙ୍କୁ ଭେଟିଥିବା ସୂଚନା ରହିଛି। ଆଡଭାନୀ କହିଛନ୍ତି ଯେ ଆଜିର ନିଷ୍ପତ୍ତି […]

LAL KRUSHNA ADVANI

LAL KRUSHNA ADVANI

Subhransu Sekhar
  • Published: Wednesday, 30 September 2020
  • Updated: 30 September 2020, 01:59 PM IST

Sports

Latest News

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ମାମଲାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ। ରାୟ ଶୁଣାଣି ବେଳେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ରାୟ ଶୁଣିବା ପରେ ସେ ଜୟ ଶ୍ରୀରାମ କହି ରାୟକୁ ସ୍ୱାଗତ କରିଥିବା କହିଛନ୍ତି। ରାୟ ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଡଭାନୀଙ୍କୁ ଭେଟିଥିବା ସୂଚନା ରହିଛି।

ଆଡଭାନୀ କହିଛନ୍ତି ଯେ ଆଜିର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ବିଷୟ। ଯେତେବେଳେ ଆମେ ଏହି ଖବର ଶୁଣିଲୁ, ଜୟ ଶ୍ରୀ ରାମ କହି ଏହାକୁ ସ୍ୱାଗତ କଲୁ। ସେହିପରି ବାବ୍ରି ମସଜିଦ ପ୍ରସଙ୍ଗରେ ପକ୍ଷ ରଖିଥିବା ଇକବାଲ ଅନସାରୀ ମଧ୍ୟ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।

୬ ଡିସେମ୍ବର ୧୯୯୨ ରେ ଅଯୋଧ୍ୟାରେ ବାବ୍ରି ମସଜିଦ ବିବାଦୀୟ ଢ଼ାଞ୍ଚା ମାମଲାରେ ୨୮ ବର୍ଷ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସଜିଦ ଭାଙ୍ଗିବା ଯୋଜନା ନୁହେଁ ବୋଲି କୋର୍ଟ କହିଛନ୍ତି। କୌଣସି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ମିଳି ନ ଥିବା କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos