କାବୁଲ: ଆଫଗାନସ୍ତାନର କାବୁଲରେ ଥିବା ସ୍ପେନର ଦୂତାବାସ ଉପରେ ଶନିବାର ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣ ପୋଲିସ ଓ ୨ ସ୍ପେନିସ୍ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଆକ୍ରମଣ ସ୍ଥଳରେ ବିଭିନ୍ନ ଦେଶର ଦୂତାବାସ ରହିଥିବାରୁ ସେଗୁଡିକ ମଧ୍ୟ ବ୍ୟାପକ କ୍ଷତି ହୋଇଛି।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ତାଲିବାନୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ବ୍ୟାପକ ଗୁଳି ମିନିମୟ ଓ ବୋମାମାଡ ହୋଇଥିଲା। ୧୦ରୁ ଅଧିକ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ସକାଳ ଯାଏଁ ଗୁଳିବିନିମୟ ହୋଇଥିଲା। ଆତଙ୍କବାଦୀ ଆକ୍ରମଣରେ ସ୍ପେନ ଦୂତାବାସର କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଏହାକୁ ନେଇ କାବୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ସେନା ପକ୍ଷରୁ ବହୁ ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।