ଆଫଗାନିସ୍ତାନ ମାମଲାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ଆମେରିକା

ୱାଶିଂଟନ୍: ଆଫଗାନିସ୍ତାନ ମାମଲାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି। ଏନେଇ ଆମେରିକା ପକ୍ଷରୁ କୁହାଯାଇଛି ଯେ, ତାଲିବାନ୍ ଓ ଆଫଗାନିସ୍ତାନ ମଧ୍ୟରେ ଆପୋଷ ବୁଝାମଣା ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଆଗାମୀ ସପ୍ତାହରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସାକ୍ଷାତ ସମୟରେ ଆଲୋଚନା ହୋଇପାରେ। ହ୍ୱାଇଟ୍ ହାଉସର ପ୍ରେସ ସଚିବ କହିଛନ୍ତି, ତାଲିବାନ୍ ଓ ଆଫଗାନିସ୍ତାନ ବୁଝାମଣା ପ୍ରକ୍ରିୟା ଆଗକୁ ନେବାରେ ପାକିସ୍ତାନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏପଟେ ପେଟାଗନର ପ୍ରେସ୍ […]

barack

Rakesh Mallick
  • Published: Friday, 16 October 2015
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଆଫଗାନିସ୍ତାନ ମାମଲାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି। ଏନେଇ ଆମେରିକା ପକ୍ଷରୁ କୁହାଯାଇଛି ଯେ, ତାଲିବାନ୍ ଓ ଆଫଗାନିସ୍ତାନ ମଧ୍ୟରେ ଆପୋଷ ବୁଝାମଣା ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଆଗାମୀ ସପ୍ତାହରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସାକ୍ଷାତ ସମୟରେ ଆଲୋଚନା ହୋଇପାରେ।

ହ୍ୱାଇଟ୍ ହାଉସର ପ୍ରେସ ସଚିବ କହିଛନ୍ତି, ତାଲିବାନ୍ ଓ ଆଫଗାନିସ୍ତାନ ବୁଝାମଣା ପ୍ରକ୍ରିୟା ଆଗକୁ ନେବାରେ ପାକିସ୍ତାନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।

ଏପଟେ ପେଟାଗନର ପ୍ରେସ୍ ସେକ୍ରେଟେରୀ ପୀଟର କୁକ୍ କହିଛନ୍ତି,ଆଫଗାନିସ୍ତାନ ମାମଲାରେ ପାକିସ୍ତାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।  ସେ କହିଛନ୍ତି ଯେ,  ପାକିସ୍ତାନ ଏଥିରେ ସାମିଲ କରାଯିବା ଦ୍ୱାରା  ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି  ସୁଦୃଢ ହେବ।

Related story