ଆଫଗାନିସ୍ତାନ: ତାଲିବାନୀ କବଳରୁ କୁନ୍ଦୁଜ୍ ସହରକୁ ଅକ୍ତିଆରକୁ ନେଲା ସେନା

କାବୁଲ: ୩ ଦିନ ତାଲିବାନ ସହ ଘମାଘୋଟ ଲଢେଇ ପରେ ଆଫଗାନ ଓ ନାଟୋ ସେନା ଗୁରୁବାର ‘କୁନ୍ଦୁଜ୍’ ସହରକୁ ଅକ୍ତିଆରକୁ ନେଇଛନ୍ତି । ଆଫଗାନିସ୍ତାନର ଉତ୍ତରରେ ଥିବା ଏହି ସହରକୁ ସୋମବାର ତାଲିବାନ ଆତଙ୍କବାଦୀମାନେ କବଜାକୁ ନେଇଥିଲେ। ସହରକୁ ନିଜ କବଜାକୁ ନେବା ପରେ ସେଠାରେ ଜନସାଧାରଣଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଥିଲା। ପରେ ଆଫଗାନ ସେନା ଓ ନାଟୋର ମିଳିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏହି ସହରରେ ଥିବା ତାଲିବାନୀ ଆଡ୍ଡା ଉପରେ ନାଟୋ ଓ […]

418408-afghan-battle-700-1

Rakesh Mallick
  • Published: Thursday, 01 October 2015
  • , Updated: 04 May 2017, 03:44 PM IST

କାବୁଲ: ୩ ଦିନ ତାଲିବାନ ସହ ଘମାଘୋଟ ଲଢେଇ ପରେ ଆଫଗାନ ଓ ନାଟୋ ସେନା ଗୁରୁବାର ‘କୁନ୍ଦୁଜ୍’ ସହରକୁ ଅକ୍ତିଆରକୁ ନେଇଛନ୍ତି । ଆଫଗାନିସ୍ତାନର ଉତ୍ତରରେ ଥିବା ଏହି ସହରକୁ ସୋମବାର ତାଲିବାନ ଆତଙ୍କବାଦୀମାନେ କବଜାକୁ ନେଇଥିଲେ। ସହରକୁ ନିଜ କବଜାକୁ ନେବା ପରେ ସେଠାରେ ଜନସାଧାରଣଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଥିଲା। ପରେ ଆଫଗାନ ସେନା ଓ ନାଟୋର ମିଳିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏହି ସହରରେ ଥିବା ତାଲିବାନୀ ଆଡ୍ଡା ଉପରେ ନାଟୋ ଓ ଆଫଗାନ ସେନା ପକ୍ଷରୁ ମିଳିତ ବିମାନ ଆକ୍ରମଣ କରିଯାଇଥିଲା। ଆଜି ଉଭୟ ସେନାର କିଛି ସେନାଧିକାରୀ ସହରର କେନ୍ଦ୍ରସ୍ଥଳୀରେ ପହଞ୍ଚିବା ସହ ଏକ ଟେଣ୍ଟ ପକାଇ ବସିଛନ୍ତି। ଗତକାଲି ରାତିରେ ତାଲିବାନୀ ଓ ମିଳିତ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ଗୁଳିବିନିମୟ ହୋଇଥିଲା। ଏଥିରେ ବହୁ ତାଲିବାନୀ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଏହାସହ ସେନାର ବହୁ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ। ତେବେ ଆଜି ସେନା କୁନ୍ଦୁଜ ସହରକୁ ପ୍ରବେଶ କରି ଏହାକୁ ନିଜ ଅକ୍ତିଆରକୁ ନେଇଛି।

Related story