ତାଲିବାନୀଙ୍କ ଗଡ଼ରେ ଖସିପଡ଼ିଲା ବିମାନ

କାବୁଲ: ସୋମବାର ତାଲିବାନ ଅଧୀନରେ ଥିବା ଆଫଗାନିସ୍ତାନର ଗଜ୍ନୀ ପ୍ରଦେଶରେ ଏକ ଯାତ୍ରୀବାହୀ ବିମାନ ଖସିପଡ଼ିଛି। ସେଠାକାର ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଆରିଫ୍ ନୂରୀଙ୍କ କହିବା ଅନୁଯାୟୀ, ଏହି ବିମାନ ୧.୧୦ ବେଳେ ଉଡ଼ାଣ ଭରିଥିଲା। ଦେହ ୟାକ୍ ଜିଲ୍ଲାରେ ଏହା ଖସି ପଡ଼ିଲା ଯାହାକି ତାଲିବାନ ଅଧୀନରେ ଅଛି। ବିମାନ ଧ୍ୱଂସ ହେବା ବାବଦରେ ୨ ଜଣ ପ୍ରୋଭିନ୍ସିନାଲ କାଉନସିଲ ମେମ୍ବର ମଧ୍ୟ ନିଶ୍ଚିତ କରିଛନ୍ତି। ତେବେ ଏଥିରେ ଥିବା ଲୋକଙ୍କ ସଂଖ୍ୟା, ସେମାନଙ୍କ ସ୍ଥିତି […]

afgan

Subrat Kumar Nayak
  • Published: Monday, 27 January 2020
  • , Updated: 27 January 2020, 05:42 PM IST

କାବୁଲ: ସୋମବାର ତାଲିବାନ ଅଧୀନରେ ଥିବା ଆଫଗାନିସ୍ତାନର ଗଜ୍ନୀ ପ୍ରଦେଶରେ ଏକ ଯାତ୍ରୀବାହୀ ବିମାନ ଖସିପଡ଼ିଛି। ସେଠାକାର ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଆରିଫ୍ ନୂରୀଙ୍କ କହିବା ଅନୁଯାୟୀ, ଏହି ବିମାନ ୧.୧୦ ବେଳେ ଉଡ଼ାଣ ଭରିଥିଲା। ଦେହ ୟାକ୍ ଜିଲ୍ଲାରେ ଏହା ଖସି ପଡ଼ିଲା ଯାହାକି ତାଲିବାନ ଅଧୀନରେ ଅଛି। ବିମାନ ଧ୍ୱଂସ ହେବା ବାବଦରେ ୨ ଜଣ ପ୍ରୋଭିନ୍ସିନାଲ କାଉନସିଲ ମେମ୍ବର ମଧ୍ୟ ନିଶ୍ଚିତ କରିଛନ୍ତି।

ତେବେ ଏଥିରେ ଥିବା ଲୋକଙ୍କ ସଂଖ୍ୟା, ସେମାନଙ୍କ ସ୍ଥିତି ଏବଂ ବିମାନ ଧ୍ୱଂସ ହେବାର କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଆଫଗାନିସ୍ତାନର ଆରିଆନା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ଏହାର କୌଣସି ବିମାନ ଧ୍ୱଂସ ହୋଇନି। ସମସ୍ତ ଯାତ୍ରୀବାହୀ ବିମାନ ସୁରକ୍ଷିତ ଥିବା ଏହି ସଂସ୍ଥା ୱେବସାଇଟରେ କହିଛି।

ପାହାଡ଼ିଆ ଗଜନୀ ଅଞ୍ଚଳ ହିନ୍ଦୁକୁଶ ପର୍ବତ ପାଦଦେଶରେ ଏକ ପ୍ରଦେଶ। ଶୀତରେ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ୨୦୦୫ ମସିହାରେ ତୁଷାରପାତ ଓ ଖରାପ ପାଗ କାରଣରୁ ଏକ ବ୍ୟବସାୟିକ ବିମାନର ଦୁର୍ଘଟଣା ଘଟିଥିଲା।

Related story