ଆଫଗାନିସ୍ତାନ ସହଯୋଗରେ କାବୁଲ ନଦୀର ପାଣି ରୋକିବ ଭାରତ

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ବୁଦ୍ଧି ଶିଖେଇବା ପାଇଁ ନିଜର ଉଦ୍ୟମ ଜୋରଦାର କରିଛି। ଭାରତ ଆଫଗାନିସ୍ତାନର କାବୁଲ ନଦୀରେ ବନ୍ଧ କରିବାର ଚିନ୍ତା କରୁଛି। ଏହାଦ୍ୱାରା କାବୁଲ ନଦୀର ପାଣି ସ୍ଥାନୀୟ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନରେ ବ୍ୟବହାର କରାଯାଇପାରିବ। ଏହି ପ୍ରୋଜେକ୍ଟ ଫଳରେ କାବୁଲ ନଦୀର ପାଣି ସିଧାସଳଖ ପାକିସ୍ତାନକୁ ଯାଇପାରିବ ନାହିଁ। ଇକୋନୋମିକ ଟାଇମ୍ସ ଖବର ମୁତାବକ କାବୁଲ ନଦୀ ପ୍ରତି ଭାରତର ଦୃର୍ବଳତା ରହିଛି। କାଶ୍ମୀରର ଚେନାବ ନଦୀ […]

kabul_river

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 10:18 PM IST

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ବୁଦ୍ଧି ଶିଖେଇବା ପାଇଁ ନିଜର ଉଦ୍ୟମ ଜୋରଦାର କରିଛି। ଭାରତ ଆଫଗାନିସ୍ତାନର କାବୁଲ ନଦୀରେ ବନ୍ଧ କରିବାର ଚିନ୍ତା କରୁଛି। ଏହାଦ୍ୱାରା କାବୁଲ ନଦୀର ପାଣି ସ୍ଥାନୀୟ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନରେ ବ୍ୟବହାର କରାଯାଇପାରିବ। ଏହି ପ୍ରୋଜେକ୍ଟ ଫଳରେ କାବୁଲ ନଦୀର ପାଣି ସିଧାସଳଖ ପାକିସ୍ତାନକୁ ଯାଇପାରିବ ନାହିଁ।

ଇକୋନୋମିକ ଟାଇମ୍ସ ଖବର ମୁତାବକ କାବୁଲ ନଦୀ ପ୍ରତି ଭାରତର ଦୃର୍ବଳତା ରହିଛି। କାଶ୍ମୀରର ଚେନାବ ନଦୀ ସହ କାବୁଲ ନଦୀର ଅନେକ ସାମଞ୍ଜସ୍ୟ ରହିଛି। କାବୁଲ ନଦୀ ଉପରେ ଆଫଗାନିସ୍ତାନରେ କୌଣସି ପ୍ରକଳ୍ପ ନାହିଁ। ଫଳରେ ଏହାର ପାଣି ସିଧାସଳଖ ପାକିସ୍ତାନକୁ ଚାଲିଯାଇଥାଏ। ଏପରିସ୍ଥିତିରେ ଭାରତ କାବୁଲ ନଦୀରେ ବନ୍ଧ ନିର୍ମାଣ କରି ଆଫଗାନିସ୍ତାନ ବାସୀଙ୍କ ପାଇଁ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛି।

Related story