୧୪ ବର୍ଷ ପରେ ଖୋଲିଲା ଲାଲଗଡ଼ର ୨୬ ସ୍କୁଲ

ରାୟପୁର: ବନ୍ଧୁକ ଏବଂ ରକ୍ତର ଲଢ଼େଇ ପାଇଁ କୁଖ୍ୟାତ ଛତିଶଗଡ଼ ବସ୍ତର ଅଞ୍ଚଳର ପିଲାଏ ଏବେ ଶବ୍ଦ ଏବଂ ବାକ୍ୟର ଲଢ଼େଇ ଲଢ଼ିବେ। ନକ୍ସଲପ୍ରବଣ ବସ୍ତର ଅଞ୍ଚଳର ୨୬ଟି ସ୍କୁଲରେ ପାଠପଢ଼ା ପୁଣି ଆରମ୍ଭ ହେବା ସହ ଦେଶର ଆଗାମୀ ଭବିଷ୍ୟତଙ୍କ ପାଇଁ ନୂଆ ସକାଳ ଉଇଁଛି। ଦେଶର ଅନ୍ୟ ସ୍କୁଲ ପରି ଏଠାରେ ମଧ୍ୟ ଛାତ୍ରଛାତ୍ରୀ ସିଲଟ ଖଡ଼ି ସହିତ ପାଠ ପଢ଼ିବାକୁ ହାଜର ହୋଇଛନ୍ତି। ଏଠାରେ ଗତ ୧୪ ବର୍ଷ ଧରି ନକ୍ସଲ ଭୟରେ […]

Chhatisgarh

Subrat Kumar Nayak
  • Published: Thursday, 21 November 2019
  • , Updated: 21 November 2019, 05:09 PM IST

ରାୟପୁର: ବନ୍ଧୁକ ଏବଂ ରକ୍ତର ଲଢ଼େଇ ପାଇଁ କୁଖ୍ୟାତ ଛତିଶଗଡ଼ ବସ୍ତର ଅଞ୍ଚଳର ପିଲାଏ ଏବେ ଶବ୍ଦ ଏବଂ ବାକ୍ୟର ଲଢ଼େଇ ଲଢ଼ିବେ। ନକ୍ସଲପ୍ରବଣ ବସ୍ତର ଅଞ୍ଚଳର ୨୬ଟି ସ୍କୁଲରେ ପାଠପଢ଼ା ପୁଣି ଆରମ୍ଭ ହେବା ସହ ଦେଶର ଆଗାମୀ ଭବିଷ୍ୟତଙ୍କ ପାଇଁ ନୂଆ ସକାଳ ଉଇଁଛି। ଦେଶର ଅନ୍ୟ ସ୍କୁଲ ପରି ଏଠାରେ ମଧ୍ୟ ଛାତ୍ରଛାତ୍ରୀ ସିଲଟ ଖଡ଼ି ସହିତ ପାଠ ପଢ଼ିବାକୁ ହାଜର ହୋଇଛନ୍ତି। ଏଠାରେ ଗତ ୧୪ ବର୍ଷ ଧରି ନକ୍ସଲ ଭୟରେ ସ୍କୁଲ ସବୁ ବନ୍ଦ ରହିଥିଲା।

ବସ୍ତର ଅଞ୍ଚଳର ବିଜାପୁର ଜିଲ୍ଲାରେ ଏପରି ମୋଟ ୩୦୦ ସ୍କୁଲ ବନ୍ଦ କଟ୍ଟର ବାମପନ୍ଥୀଙ୍କ ଉପଦ୍ରବ କାରଣରୁ ଛତିଶଗଡ଼ରେ ବନ୍ଦ ରହିଥିବା ସରକାରୀ ଖାତାରେ ତଥ୍ୟ ରହିଛି। ୨୦୦୭ ମସିହାରେ ହିଁ ୫୧ଟି ଭିନ୍ନ ଭିନ୍ନ ଘଟଣାରେ ନକ୍ସଲ ୧୫୫ ଜଣଙ୍କ ଜୀବନ ନେଇଥିଲେ। ଏଥିରେ ୯୮ ଜଣ ସୁରକ୍ଷାକର୍ମୀ ମଧ୍ୟ ଥିଲେ। ଚଳିତ ବର୍ଷ ଏହା ୨୦କୁ ହ୍ରାସ ପାଇଛି। ସରକାରଙ୍କ ସମର୍ଥନରେ ଚାଲୁଥିବା ସଲ୍‌ୱା ଜୁଡୁମ୍‌ ସହ ନକ୍ସଲଙ୍କ ଲଢ଼େଇ ପରେ ଲାଲ ବାହିନୀ ସମସ୍ତ ସରକାରୀ କାର୍ଯ୍ୟକଳାପକୁ ବିରୋଧ କରି ଆସୁଥିଲେ।

ତେବେ ବର୍ତ୍ତମାନ ସ୍ଥିତି ସୁଧୁରିବାକୁ ଆରମ୍ଭ କରିଥିବାରୁ ସ୍ଥାନୀୟ ଆଦିବାସୀଙ୍କ ସହାୟତାରେ ଏହି ସ୍କୁଲ ସବୁ ଖୋଲାଯିବାର ପ୍ରୟାସ ଆରମ୍ଭ ହୋଇଛି। ଶେଷ ଖବର ସୁଦ୍ଧା ୭୦୦ ଛାତ୍ରଛାତ୍ରୀ ଆଡମିଶନ୍‌ ନେଇ ସାରିଲେଣି।

ଜିଲ୍ଲାପାଳ କେଡି କୁଞ୍ଜମ ଏନେଇ କହିଛନ୍ତି, “ଆମେ ଅତି ସମ୍ବେଦନଶୀଳ ଏବଂ ଦୁର୍ଗମ ଗାଁଗୁଡ଼ିକୁ ମୁଖ୍ୟ ସ୍ରୋତ ସହ ସାମିଲ କରିବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ପିଲାମାନଙ୍କୁ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟ ନେଇ ଗ୍ରାମବାସୀଙ୍କ ସହାୟତା ନେଇ ଏହି ସ୍କୁଲସବୁ ପୁଣି ଖୋଲାଯାଇଛି।” ସେ ଆହୁରି ମଧ୍ୟ କହିଛନ୍ତି, ଏହି ସ୍କୁଲ ସବୁରେ ସିଲଟ, ଟେକ୍ସଟବୁକ୍‌, ନୋଟ୍‌ବୁକ୍‌ ଏବଂ ମଧ୍ୟାହ୍ଣ ଭୋଜନ ଆଦି ଯୋଗାଇ ଦିଆଯାଉଛି।

ଏହି ବ୍ୟବସ୍ଥା ବ୍ୟତୀତ ଜିଲ୍ଲା ମିନେରାଲ ଫଣ୍ଡରୁ ସ୍ଥାନୀୟ ଯୁବକମାନଙ୍କୁ ଶିକ୍ଷାଦୂତ ଭାବେ ନିଯୁକ୍ତି ଦିଆଯାଉଛି। ଖଣି କମ୍ପାନୀମାନଙ୍କଠାରୁ ଏହି ଅର୍ଥ ସଂଗ୍ରହ କରାଯାଉଛି। ପୁଣିଥରେ ସ୍କୁଲ ଖୋଲିବା ନେଇ ପିଲାମାନେ ଏବଂ ଅଭିଭାବକ ଉତ୍ସାହିତ ଥିବା କହିଛନ୍ତି କିଛି ଶିକ୍ଷାଦୂତ। ୨୦୦୭ ପରଠାରୁ ସ୍ଥାନୀୟ ପିଲାଏ ପାଠ ବସ୍ତାନିରେ ଡୋରି ବାନ୍ଧିଦେଇଥିବାବେଳେ ଏବେ ଅଧିକରୁ ଅଧିକ ସଂଖ୍ୟାରେ ସ୍କୁଲ ଆସିବା ଆରମ୍ଭ କରିଛନ୍ତି।

Related story