ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ଦଳର ୧୨ଘଣ୍ଟିଆ ବନ୍ଦ ପାଳନ: ଅଡ଼ୁଆରେ ଏବେ ମମତା

ପଶ୍ଚିମବଙ୍ଗ ପୁରୁଲିଆରେ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ରବିବାର ୧୨ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି। ଏଥିଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଏକ ପ୍ରକାର ପ୍ରଭାବିତ ହୋଇଥିଲା। ଶନିବାର ପୁରୁଲିଆ ଡାଭା ଗାଁରେ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଇଲେକଟ୍ରି ଟାୱାରରେ ଦୁଲାଲ କୁମାର ନାମକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବିଜେପି ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ହତ୍ୟା ପଛରେ […]

vbk-Purulia03

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 01:54 AM IST

ପଶ୍ଚିମବଙ୍ଗ ପୁରୁଲିଆରେ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ରବିବାର ୧୨ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି। ଏଥିଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଏକ ପ୍ରକାର ପ୍ରଭାବିତ ହୋଇଥିଲା। ଶନିବାର ପୁରୁଲିଆ ଡାଭା ଗାଁରେ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଇଲେକଟ୍ରି ଟାୱାରରେ ଦୁଲାଲ କୁମାର ନାମକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ବିଜେପି ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ହତ୍ୟା ପଛରେ ତୃଣମୂଳ କଂଗ୍ରେସର ହାତ ଥିବା ଦଳ ଅଭିଯୋଗ କରିଛି। ରାଜନୈତିକ କାରଣରୁ ଦୁଲାଲଙ୍କୁ ହତ୍ୟା କରାଯାଇଥିବା କହି ପ୍ରତିବାଦରେ ବିଜେପି ବନ୍ଦ ପାଳନ କରିଛି। ସେପଟେ  ପୋଲିସ କହିଛି ଯେ, ଦୁଲାଲ ଆତ୍ମହତ୍ୟା କରିଛନ୍ତି।

ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛି ଜାତୀୟ ମାନବାଧିକାର କମିଶନ। ଗତ ବୁଧବାର ପୁରଲିଆରେ ଆଉ ଏକ ବିଜେପି କର୍ମୀଙ୍କ ମୃତଦେହ ମିଳିଥିଲା। ପଞ୍ଚାୟତ ନିର୍ବାଚନରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଲାଗି ରହିଛି।

Related story