ତୁଟିଲା ବିବାଦ, ପୁଣିଥରେ ମନ୍ତ୍ରୀ ହୋଇପାରନ୍ତି ସିଦ୍ଧୁ

ଅମୃତସର: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ପୁଣିଥରେ ମନ୍ତ୍ରୀ ହୋଇପାରନ୍ତି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ଏଭଳି ଆକଳନ କରାଯାଉଛି। ଦୀର୍ଘ ଦିନ ଧରି ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଆଜି ଏହି ବିବାଦରେ ଫୁଲଷ୍ଟପ ପଡ଼ିଛି। ଅମରିନ୍ଦର ସିଂ ପୁଣିଥରେ ତାଙ୍କ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ କରିପାରନ୍ତି। ତେଣୁ ସିଦ୍ଧୁ କ୍ୟାବିନେଟ୍ ସଂପ୍ରସାରଣ ବେଳେ ସାମିଲ୍ ହୋଇପାରନ୍ତି […]

navjot singh sidhu

Subhransu Sekhar
  • Published: Wednesday, 25 November 2020
  • , Updated: 25 November 2020, 10:14 PM IST

ଅମୃତସର: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ପୁଣିଥରେ ମନ୍ତ୍ରୀ ହୋଇପାରନ୍ତି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ଏଭଳି ଆକଳନ କରାଯାଉଛି। ଦୀର୍ଘ ଦିନ ଧରି ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଆଜି ଏହି ବିବାଦରେ ଫୁଲଷ୍ଟପ ପଡ଼ିଛି। ଅମରିନ୍ଦର ସିଂ ପୁଣିଥରେ ତାଙ୍କ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ କରିପାରନ୍ତି। ତେଣୁ ସିଦ୍ଧୁ କ୍ୟାବିନେଟ୍ ସଂପ୍ରସାରଣ ବେଳେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରେଭେନ୍ ଟ୍ୱିଟ୍ କରି କହିଥିଲେ, ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। କଥାବାର୍ତ୍ତା ମଧ୍ୟ ସକାରାତ୍ମକ ଥିଲା ବୋଲି ସେ କହିଥିଲେ। ଘଣ୍ଟାଏରୁ ଅଧିକ ସମୟ ଉଭୟ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି।

ଗତ ବର୍ଷ ଜୁଲାଇରେ ସିଦ୍ଧୁ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଏହାପରେ ଅମରିନ୍ଦର ଏବଂ ସିଦ୍ଧୁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।

ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି ଯେ ସିଦ୍ଧୁଙ୍କୁ ଦଳରେ ସକ୍ରିୟ ହେବା ପାଇଁ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ଉଦ୍ୟମ ସଫଳ ହୋଇଛି। ସିଦ୍ଧୁ 14 ଜୁଲାଇ 2019 ରେ ଶକ୍ତି ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିଲେ।

Related story