ଗୃହରେ ଅଚଳାବସ୍ଥା ଦେଖି ଇସ୍ତଫା ଦେଇ ଦେବାକୁ ଇଚ୍ଛା ହେଉଛି: ଆଡ଼ଭାନୀ

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀକୁ ନେଇ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ବରିଷ୍ଠ ବିଜେପି ନେତା ତଥା ସାଂସଦ ଲାଲକୃଷ୍ଣ ଆଡଭାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଓ ଶାସକ ଦଳ ପରସ୍ପରକୁ ଦୋଷାରୋପ କରିବାରେ ଲାଗି ଥିବାରୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ। ସ୍ଥିତି ଏପରି ହୋଇଛି ଯେ ଇସ୍ତଫା ଦେଇ ଦେବାକୁ ଇଚ୍ଛା ହେଉଛି ବୋଲି ଆଡଭାନୀ କହିଛନ୍ତି। ସେ କହିଛନ୍ତି “ଶୁକ୍ରବାର ନୋଟବନ୍ଦୀ ପ୍ରସଙ୍ଗରେ ଆଲୋଚନା ନ ହୋଇ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ […]

lal-krishna-advani

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 04:39 PM IST

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀକୁ ନେଇ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ବରିଷ୍ଠ ବିଜେପି ନେତା ତଥା ସାଂସଦ ଲାଲକୃଷ୍ଣ ଆଡଭାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଓ ଶାସକ ଦଳ ପରସ୍ପରକୁ ଦୋଷାରୋପ କରିବାରେ ଲାଗି ଥିବାରୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ। ସ୍ଥିତି ଏପରି ହୋଇଛି ଯେ ଇସ୍ତଫା ଦେଇ ଦେବାକୁ ଇଚ୍ଛା ହେଉଛି ବୋଲି ଆଡଭାନୀ କହିଛନ୍ତି।

ସେ କହିଛନ୍ତି “ଶୁକ୍ରବାର ନୋଟବନ୍ଦୀ ପ୍ରସଙ୍ଗରେ ଆଲୋଚନା ନ ହୋଇ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇଗଲେ ସଂସଦ ହାରି ଯିବ ଓ ଆମ ମାନଙ୍କର ବହୁତ ବଦନାମୀ ହେବ। ସଂସଦରେ ନୋଟବନ୍ଦୀ ପ୍ରସଙ୍ଗ ନେଇ ନିଶ୍ଚିତ ଆଲୋଚନା ହେବ ଦରକାର। ଶୁକ୍ରବାର ଗୃହରେ ଏହି ପ୍ରସଙ୍ଗ ଆଲୋଚନା କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ଅଧିବେସନକୁ ସ୍ଥଗିତ କରିଦିଆଯାଉ।”

Related story