‘ଚାଷୀଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ମୋଦି ଭାଷଣ ଦେଉଛନ୍ତି’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଜବାବ ଦେଇଛନ୍ତି। ପଶ୍ଚିମବଙ୍ଗର ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଇ ନାହାଁନ୍ତି। ଚାଷୀ ଆନ୍ଦୋଳନେର ବସିଛନ୍ତି। ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ମମତା କହିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାରଙ୍କ […]

MAMATA-MODI

Subhransu Sekhar
  • Published: Friday, 25 December 2020
  • , Updated: 25 December 2020, 10:19 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଜବାବ ଦେଇଛନ୍ତି। ପଶ୍ଚିମବଙ୍ଗର ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଇ ନାହାଁନ୍ତି। ଚାଷୀ ଆନ୍ଦୋଳନେର ବସିଛନ୍ତି। ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ମମତା କହିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାରଙ୍କ ତିନି କୃଷି ନିୟମ ଚାଷୀ ବିରୋଧୀ କାରଣ ଏମଏସପି ହଟାଇବା କଥା ରହିଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଟିଭିରେ ଉଦବେଗ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ଆଇନ ଉଲ୍ଲଂଘନ କରୁଛି। ପଶ୍ଚିମବଙ୍ଗକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର କିଛି କରି ନାହାନ୍ତି। ଏପର୍ଯ୍ୟନ୍ତ ମୋଟ ୮୦୦୦ କୋଟି ଟଙ୍କା ଜିଏସଟି ବକେୟା ରହିଛି। ଯଦି କେନ୍ଦ୍ର ସରକାର ରାଜ୍ୟକୁ ସାହାଯ୍ୟ ନକରିବେ ତେବେ ବକେୟା ଟଙ୍କା ପୈଇଠ କରିବା ଦରକାର।

ରାଜ୍ୟ ସରକାର ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଏଭଳି ମତ ରଖି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଟିଏମସି ସରକାର ଚାଷୀଙ୍କ ସ୍ୱାର୍ଥରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ସେ ବ୍ୟକ୍ତିଗତ ଭାବରେ ଦୁଇଟି ଚିଠି ଲେଖିଛନ୍ତି ହେଲେ ସହଯୋଗ କରିବାକୁ ମନା କରୁଛନ୍ତି। ରାଜନୀତିକ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବିଜେପି ଏଭଳି କରୁଛି ବୋଲି ମମତା ବେଙ୍ଗଲବାସୀଙ୍କ ସ୍ୱାର୍ଥରେ ତାଙ୍କ ନେତୃତ୍ୱାଧୀନ ସରକାର କାମ କରିବ। କେନ୍ଦ୍ର ଏଭଳି କାରନାମାକୁ ରାଜ୍ୟବାସୀ କଡ଼ା ଜବାବ ଦେବେ ବୋଲି ମମତା କହିଛନ୍ତି।

Related story