ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ଗଡସେକୁ ‘ଦେଶଭକ୍ତ’ ଦର୍ଶାଇଲେ ବିଜେପି ନେତା, ହରଡଘଣାରେ ଦଳ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ଗଡସେକୁ ‘ଦେଶଭକ୍ତ’ ଦର୍ଶାଇ ପୁଣି ଅଡୁଆରେ ବିଜେପି। ମଧ୍ୟପ୍ରଦେଶ ଇନ୍ଦୋରର ଡକ୍ଟର ଆମ୍ୱେଦକର ନଗରର ବିଜେପି ବିଧାୟକ ଉଷା ଠାକୁର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ‘ନାଥୁରାମ ଗଡସେ ଏମିତି ଜଣେ ବ୍ୟକ୍ତି ଥିଲେ, ଯିଏକି ସାରା ଜୀବନ ଦେଶ ବାବଦରେ ଚିନ୍ତା କରୁଥିଲେ’। ନିକଟରେ ନିର୍ବାଚନ ବେଳେ ଭୋପାଲ ଲୋକସଭା ଆସନର ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗଡସେକୁ ‘ଦେଶଭକ୍ତ’ କହିଥିଲେ। ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ହେବା ପରେ ଦେଶବାସୀଙ୍କୁ କ୍ଷମା […]

usha-thakur

Subhransu Sekhar
  • Published: Thursday, 30 May 2019
  • , Updated: 30 May 2019, 08:53 AM IST

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ଗଡସେକୁ ‘ଦେଶଭକ୍ତ’ ଦର୍ଶାଇ ପୁଣି ଅଡୁଆରେ ବିଜେପି। ମଧ୍ୟପ୍ରଦେଶ ଇନ୍ଦୋରର ଡକ୍ଟର ଆମ୍ୱେଦକର ନଗରର ବିଜେପି ବିଧାୟକ ଉଷା ଠାକୁର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ‘ନାଥୁରାମ ଗଡସେ ଏମିତି ଜଣେ ବ୍ୟକ୍ତି ଥିଲେ, ଯିଏକି ସାରା ଜୀବନ ଦେଶ ବାବଦରେ ଚିନ୍ତା କରୁଥିଲେ’।

ନିକଟରେ ନିର୍ବାଚନ ବେଳେ ଭୋପାଲ ଲୋକସଭା ଆସନର ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗଡସେକୁ ‘ଦେଶଭକ୍ତ’ କହିଥିଲେ। ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ହେବା ପରେ ଦେଶବାସୀଙ୍କୁ କ୍ଷମା ମାଗିଥିଲେ ଭୋପାଲ ଲୋକସଭା ଆସନରୁ ନିର୍ବାଚିତ ସାଂସଦ।

ମଧ୍ୟପ୍ରଦେଶ ବିଜେପିର ଏହି ବିଧାୟକ ଉଷା ଠାକୁର କେବଳ ବିଧାୟକ ନୁହନ୍ତି ଦଳର ଉପସଭାପତି ମଧ୍ୟ ରହିଛନ୍ତି। ବିବାଦୀୟ ମନ୍ତବ୍ୟ ଦେବା ବେଳେ ସେ ଆହୁରି କହିଛନ୍ତି ଯେ ‘କାହିଁକି ଓ କେଉଁ ପରିସ୍ଥିତିରେ ଗଡସେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ତାହା ସେ ହିଁ କେବଳ ଜାଣିଥିବେ’।

ପୂର୍ବରୁ ଉଷା ଠାକୁର ୨୦୧୪ ମସିହାରେ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ‘ଗରବା’ ନୃତ୍ୟୁରୁ ବଞ୍ଚିତା ହେବା ଦରକାର ବୋଲି କହି ବିବାଦୀୟ ହୋଇପଡ଼ିଥିଲେ।

ମଧ୍ୟପ୍ରଦେଶ କଂଗ୍ରେସ ଏବେ ଏହି ପ୍ରସଙ୍ଗରେ ଉଷା ଠାକୁର ଏବଂ ପ୍ରଜ୍ଞା ଠାକୁରଙ୍କ ବହିଷ୍କାର ଦାବି କରିଛି।

Related story