ଝିଅରୁ ପୁଅ ହେଲେ କନଷ୍ଟେବଳ; ଥିଲେ ଲଳିତା, ହେଲେ ଲଳିତ

ମୁମ୍ବାଇ: ମହାରାଷ୍ଟ୍ରର କନଷ୍ଟେବଳ ଲଳିତା କୁମାରୀ ସଲ୍‌ଭେରୁ ଲଳିତ କୁମାର ସଲଭେ ହେବା ପରେ ମଙ୍ଗବାର ଦିନ ଖାକି ପୋଷାକ ପିନ୍ଧି ଯୋଗ ଦେଇଛନ୍ତି ପୋଲିସ ଚାକିରିରେ। ପ୍ରାୟ ୧ ମାସ ଧରି ସେ ଛୁଟିରେ ରହିଥିଲେ। ଏହି ସମୟରେ ଲିଙ୍ଗ ପରିବର୍ତ୍ତନ ପାଇଁ ତାଙ୍କର ସର୍ଜରୀ କରାଯାଇଥିଲା। ସର୍ଜରୀ ସଫଳ ହେବା ପରେ ଲଳିତାରୁ ଲଳିତ ହୋଇ ନିଜ ବରିଷ୍ଠ ଅଧିକାରୀଙ୍କୁ ସାଲୁଟ୍‌ ମାରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରତର କୌଣସି ମହିଳା ପୋଲିସ […]

mumbai

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 08:31 PM IST

ମୁମ୍ବାଇ: ମହାରାଷ୍ଟ୍ରର କନଷ୍ଟେବଳ ଲଳିତା କୁମାରୀ ସଲ୍‌ଭେରୁ ଲଳିତ କୁମାର ସଲଭେ ହେବା ପରେ ମଙ୍ଗବାର ଦିନ ଖାକି ପୋଷାକ ପିନ୍ଧି ଯୋଗ ଦେଇଛନ୍ତି ପୋଲିସ ଚାକିରିରେ। ପ୍ରାୟ ୧ ମାସ ଧରି ସେ ଛୁଟିରେ ରହିଥିଲେ। ଏହି ସମୟରେ ଲିଙ୍ଗ ପରିବର୍ତ୍ତନ ପାଇଁ ତାଙ୍କର ସର୍ଜରୀ କରାଯାଇଥିଲା। ସର୍ଜରୀ ସଫଳ ହେବା ପରେ ଲଳିତାରୁ ଲଳିତ ହୋଇ ନିଜ ବରିଷ୍ଠ ଅଧିକାରୀଙ୍କୁ ସାଲୁଟ୍‌ ମାରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରତର କୌଣସି ମହିଳା ପୋଲିସ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ଭାବେ କାର୍ଯ୍ୟରେ ଯୋଗଦେବା ହେଉଛି ପ୍ରଥମ ଘଟଣା। ତେବେ ମହିଳାରୁ ପୁରୁଷ ହେବା ଲଳିତଙ୍କ ପାଇଁ ଏତେ ସହଜ ନଥିଲା। ରାଜନୈତିକ ଓ ପ୍ରଶାସନିକ ଲଢେଇ, କୋର୍ଟକଚେରୀ ଆଦି ନାନା ବାଧା ପାର କରି ଲଳିତାରୁ ଲଳିତ ହୋଇଛନ୍ତି ସଲଭେ।

କାର୍ଯ୍ୟରେ ଯୋଗଦେବା ପରେ ସେକହିଛନ୍ତି, “ଅପରେସନ ପରେ ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହା ମୋର ଆଉ ଏକ ଜନ୍ମ। ମୋ ପରିବାର ପାଇଁ ଏହା ଖୁସିର ଦିନ। ଏହାକୁ ଭାଷାରେ ପ୍ରକାଶ କରିହେବ ନାହିଁ। ଜଣେ ପୁରୁଷ ହିସାବରେ ମୋର ଆତ୍ମବିଶ୍ୱାସ ବଢ଼ି ଯାଇଛି।

ଲଳିତା କୁମାରୀ ମେ’ ୨୨ ତାରିଖରେ ମୁମ୍ବାଇର ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏକ ସପ୍ତାହ ପୂର୍ବରୁ ତାଙ୍କର ସଫଳ ସର୍ଜରୀ କରାଯାଇଥିଲା। ଏହାପରେ ସେ ଲଳିତାରୁ ଲଳିତ ହୋଇଯାଇଥିଲେ।

୨୦୧୪ରେ ତାଙ୍କଠାରେ ପୁରୁଷ ସୁଲଭ ଗୁଣ ବିକଶିତ ହୋଇଥିଲା। ଏକାଧିକ ପରୀକ୍ଷା ଓ ଚିକିତ୍ସା ପରେ ୨୦୧୬ରେ ତାଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ମୁମ୍ବାଇ ହାଇକୋର୍ଟରେ ଲଳିତା ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ।

Related story