ଅକ୍ସଫୋର୍ଡ କରୋନା ଟିକା ନେଇ ଯୁବକ ଗୁରୁତର

ନୂଆଦିଲ୍ଲୀ: ସାରା ଦୁନିଆ ଏବେ କରୋନା ଟିକାକୁ ଅପେକ୍ଷା କରିଛି। ଏହାରି ଭିତରେ କିନ୍ତୁ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଚେନ୍ନାଇର ଜଣେ ବିଜନେସ କନସୁଲଟାଣ୍ଟ ଅଭିଯୋଗ କରିଛନ୍ତି ଯେ ସେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନେବା ପରେ ଗୁରୁତର ରୋଗରେ ପୀଡିତ ହୋଇଛନ୍ତି। ଏବେ ତାଙ୍କର ସ୍ନାୟୁଜନିତ (ନ୍ୟୁରୋଲଜି) ଏବଂ ସାଇକଲୋଜି (ମାନସିକ) ଜନିତ ସମସ୍ୟା ରହିଛି। ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ବେଳେ ସ୍ୱେଚ୍ଛାକୃତ ଭାବରେ ଏହି ୪୦ […]

OXFORD-CORONA-TIKA

Subhransu Sekhar
  • Published: Sunday, 29 November 2020
  • , Updated: 29 November 2020, 07:52 PM IST

ନୂଆଦିଲ୍ଲୀ: ସାରା ଦୁନିଆ ଏବେ କରୋନା ଟିକାକୁ ଅପେକ୍ଷା କରିଛି। ଏହାରି ଭିତରେ କିନ୍ତୁ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଚେନ୍ନାଇର ଜଣେ ବିଜନେସ କନସୁଲଟାଣ୍ଟ ଅଭିଯୋଗ କରିଛନ୍ତି ଯେ ସେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନେବା ପରେ ଗୁରୁତର ରୋଗରେ ପୀଡିତ ହୋଇଛନ୍ତି। ଏବେ ତାଙ୍କର ସ୍ନାୟୁଜନିତ (ନ୍ୟୁରୋଲଜି) ଏବଂ ସାଇକଲୋଜି (ମାନସିକ) ଜନିତ ସମସ୍ୟା ରହିଛି। ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ବେଳେ ସ୍ୱେଚ୍ଛାକୃତ ଭାବରେ ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତି ସାମିଲ୍ ହୋଇଥିଲେ। ଏବେ ସେ ଏହି ଟିକାର ପରୀକ୍ଷା ବନ୍ଦ କରିବାକୁ ଦାବି କରିଛନ୍ତି। ଏଥିସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଆଇନଗତ ଭାବରେ କ୍ଷତିପୂରଣ ଦେବାକୁ ସେ ନୋଟିସ୍ ପଠାଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଏବଂ ଏଥିକ୍ସ କମିଟି ଏହି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଅକ୍ଟୋବର ୧ ରେ ଚେନ୍ନାଇ ସ୍ଥିତ ଶ୍ରୀ ରାମଚନ୍ଦ୍ର ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନର ତତ୍ୱାବଧାନରେ ଏହି ଟିକା ଦିଆଯାଇଥିଲା।

Related story