ତେଜସ୍ୱୀଙ୍କ ମନ୍ତବ୍ୟ ଉପରେ ନିୟନ୍ତ୍ରଣ ହରାଇଲେ ନୀତୀଶ କୁମାର

ପାଟନା: ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ବର୍ଷିଛନ୍ତି। ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ତଥା ଅନ୍ତିମ ଦିନ ଥିଲା। ଏହି ଅବସରରେ ତେଜସ୍ୱୀ ନୀତୀଶଙ୍କ ବିରୋଧରେ ବ୍ୟକ୍ତିଗତ ଭାବରେ ଯାଇ କଟାକ୍ଷ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ତେଜସ୍ୱୀ କହିଛନ୍ତି, ନୀତୀଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ସ୍କ୍ରିପ୍ଟ ଚୋରି ମାମଲାରେ କୋର୍ଟ ତାଙ୍କୁ ଜୋରିମାନା ଲଗାଇଛନ୍ତି। ତାଙ୍କର ଗୋଟିଏ ପୁଅ ଅଛି..ବୋଧହୁଏ ଝିଅ ହେବା ଭୟରେ […]

nitish-tejaswee

Subhransu Sekhar
  • Published: Friday, 27 November 2020
  • , Updated: 27 November 2020, 04:53 PM IST

ପାଟନା: ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ବର୍ଷିଛନ୍ତି। ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ତଥା ଅନ୍ତିମ ଦିନ ଥିଲା। ଏହି ଅବସରରେ ତେଜସ୍ୱୀ ନୀତୀଶଙ୍କ ବିରୋଧରେ ବ୍ୟକ୍ତିଗତ ଭାବରେ ଯାଇ କଟାକ୍ଷ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ତେଜସ୍ୱୀ କହିଛନ୍ତି, ନୀତୀଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ସ୍କ୍ରିପ୍ଟ ଚୋରି ମାମଲାରେ କୋର୍ଟ ତାଙ୍କୁ ଜୋରିମାନା ଲଗାଇଛନ୍ତି। ତାଙ୍କର ଗୋଟିଏ ପୁଅ ଅଛି..ବୋଧହୁଏ ଝିଅ ହେବା ଭୟରେ ସେ ଆଉ ସନ୍ତାନ କଲେନି ବୋଲି କହି ତେଜସ୍ୱୀ ବ୍ୟକ୍ତିଗତ ସ୍ତରକୁ ଯାଇ କହିଥିଲେ।

ଏହାପରେ ନୀତୀଶ କୁମାର ବିଧାନସଭାରେ କହିଥିଲେ, ତେଜସ୍ୱୀଙ୍କ ବୟସ ମୋର ପୁଅ ବୟସ ସହିତ ସମାନ। ତାଙ୍କ ବାପା ମୋ ବୟସ ପାଖାପାଖି। ତେଣୁ ତେଜସ୍ୱୀ ଯାହା କହିଲେବି ବି ମୁଁ କିଛି କହିବାକୁ ଇଚ୍ଛା ପ୍ରକାଶ କରେନି। ହେଲେ ଲାଲୁ ଯାଦବ କଣ ସାରା ରାଜ୍ୟ ଜାଣିଛି। ଆଉ ତେଜସ୍ୱୀଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି। ତାଙ୍କୁ ଉପମୁଖ୍ୟମନ୍ତ୍ରୀ କିଏ କରାଇଥିଲା ବୋଲି ନୀତୀଶ କହିଥିଲେ।

ଏହାପରେ ଆରଜେଡି ନେତା ନୀତୀଶଙ୍କ ବୟାନକୁ ବିରୋଧ କରି ହୋ ହାଲ୍ଲା କରିଥିଲେ। ନୀତୀଶ ରାଜନୀତିକ ବୟାନବାଜିର ଜବାବ ଉଦ୍ଦେଶ୍ୟ ମୂଳକ ଭାବରେ ଦେଉଛନ୍ତି ବୋଲି ଆରଜେଡି କହିଛି।

Related story