କରୋନା ରିପୋର୍ଟିଂ କରୁଥିବା ‘ସିଟିଜେନ୍‌ ଜର୍ଣ୍ଣାଲିଷ୍ଟ’ ନିଖୋଜ

ଉହାନ୍: କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଥିବାବେଳେ ଏହାର ମୁକାବିଲା ନେଇ ଜନଅସନ୍ତୋଷ କୁହୁଳିବାରେ ଲାଗିଛି। ଉହାନ୍‌ରେ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ନିଖୋଜ ହେବା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଦେଇଛି। କରୋନା ଭାଇରସ୍‌ ବାବଦରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତରଙ୍କୁ ଅଣଦେଖା କରି ଜେଲ ପଠାଇବା ପୂର୍ବରୁ ବିବାଦରେ ଥିଲା। ଏହାକୁ ନେଇ ଚାଇନାର ବିଭିନ୍ନ ସ୍ଥାନରେ ବିରୋଧ ମୁଣ୍ଡ ଟେକିଥିଲା। ଏବେ ଚାଇନାର ସିଟିଜେନ୍‌ ଜର୍ଣ୍ଣାଲିଷ୍ଟ ଚେନ୍‌ କିଉଶି […]

China

China

Subrat Kumar Nayak
  • Published: Monday, 10 February 2020
  • Updated: 10 February 2020, 04:18 PM IST

ଉହାନ୍: କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଥିବାବେଳେ ଏହାର ମୁକାବିଲା ନେଇ ଜନଅସନ୍ତୋଷ କୁହୁଳିବାରେ ଲାଗିଛି। ଉହାନ୍‌ରେ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ନିଖୋଜ ହେବା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଦେଇଛି। କରୋନା ଭାଇରସ୍‌ ବାବଦରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତରଙ୍କୁ ଅଣଦେଖା କରି ଜେଲ ପଠାଇବା ପୂର୍ବରୁ ବିବାଦରେ ଥିଲା। ଏହାକୁ ନେଇ ଚାଇନାର ବିଭିନ୍ନ ସ୍ଥାନରେ ବିରୋଧ ମୁଣ୍ଡ ଟେକିଥିଲା।

ଏବେ ଚାଇନାର ସିଟିଜେନ୍‌ ଜର୍ଣ୍ଣାଲିଷ୍ଟ ଚେନ୍‌ କିଉଶି କରୋନା ଭାଇରସ୍‌ ଉପରେ ବେଶ କିଛି ଦିନ ଧରି ରିପୋର୍ଟିଂ କରିଆସୁଛନ୍ତି। ସେ କରୋନାର କେନ୍ଦ୍ରସ୍ଥଳ ଉହାନ୍‌ଠାରେ ହିଁ ରିପୋର୍ଟିଂ କରୁଥିଲେ। ତାଙ୍କ ରିପୋର୍ଟିଂରୁ ହିଁ ଚାଇନାର ବାସ୍ତବ ସ୍ଥିତି ବାବଦରେ ବାହାର ଦୁନିଆ ଜାଣିପାରୁଥିଲା।

ଚାଇନାରେ ଗଣମାଧ୍ୟମ ଉପରେ କଟକଣା ରହିଥିବାବେଳେ ସେ କିନ୍ତୁ ସବୁ ତଥ୍ୟ ଇଣ୍ଟରନେଟ୍‌ ଯୋଗେ ଉପଲବ୍ଧ କରାଉଥିଲେ। ସରକାରୀ କଟକଣାକୁ ନମାନି କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ଉହାନ୍‌ ସହରରେ ହିଁ ରିପୋର୍ଟିଂ ଜାରି ରଖିଥିଲେ।

ଚେନ୍‌ଙ୍କ ପରିବାର ଲୋକ କହିବା ଅନୁଯାୟୀ, ସେ ଗୁରୁବାର ତାଙ୍କ ସାଙ୍ଗମାନଙ୍କ ସହ ହସ୍ପିଟାଲ ଯାଇଥିଲେ। ତା’ପରଠାରୁ ଫେରିନାହାନ୍ତି। ଚେନ୍‌ଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ମା’ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ମୁଁ ଚେନ୍‌ କିଉଶିର ମା’। ଦୟାକରି ଅନ୍‌ଲାଇନ୍‌ ଫ୍ରେଣ୍ଡସ୍‌ ଏବଂ ଉହାନ୍‌ରେ ଥିବା ସାଙ୍ଗମାନେ ମଇତେ ଏବଂ ଚେନ୍‌କୁ ସାହାଯ୍ୟ କରନ୍ତୁ। ତା’ର କ’ଣ ହେଇଛି ଖୋଜି ବାହାର କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos