ପିଓକେରେ ପୁଣି ଭୂକମ୍ପ, ୭୫ ଆହତ

ମୁଜାଫରବାଦ: ମଙ୍ଗଳବାର ୫.୮ ତୀବ୍ରତାର ଭୂକମ୍ପ ଝଟ୍‌କାରେ ଛିନଛତ୍ର ହୋଇଯାଇଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଆଜି ମଧ୍ୟ ଥରିଛି। ଆଜି ହୋଇଥିବା ଭୂକମ୍ପ ଝଟ୍‌କାରେ ୭୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି। ବିଶେଷ କରି ମଙ୍ଗଳବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ପିଓକେର ମୀରପୁର ଓ ଝେଲମରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବାରୁ ଏଥିରେ ଅଧିକ କ୍ଷୟକ୍ଷତି ହୋଇନାହିଁ। […]

wd

Hemant Lenka
  • Published: Thursday, 26 September 2019
  • , Updated: 26 September 2019, 09:31 PM IST

ମୁଜାଫରବାଦ: ମଙ୍ଗଳବାର ୫.୮ ତୀବ୍ରତାର ଭୂକମ୍ପ ଝଟ୍‌କାରେ ଛିନଛତ୍ର ହୋଇଯାଇଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଆଜି ମଧ୍ୟ ଥରିଛି। ଆଜି ହୋଇଥିବା ଭୂକମ୍ପ ଝଟ୍‌କାରେ ୭୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି।

ବିଶେଷ କରି ମଙ୍ଗଳବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ପିଓକେର ମୀରପୁର ଓ ଝେଲମରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବାରୁ ଏଥିରେ ଅଧିକ କ୍ଷୟକ୍ଷତି ହୋଇନାହିଁ। ତଥାପି ଭୂକମ୍ପ ଝଟ୍‌କା ପରେ ଲୋକମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।

ମଙ୍ଗଳବାର ପିଓକେରେ ହୋଇଥିବା ଭୂକମ୍ପରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ମୀରପୁରରେ ଜାତୀୟ ରାଜପଥ ଫାଟି ଆଁ କରିଥିଲା। ଏକାଧିକ ଘର ଭୁଶୁଡ଼ି ପଡ଼ିବା ସହ ମୋବାଇଲ ଟାୱାର ଠାରୁ ଆରମ୍ଭ କରି ବିଦ୍ୟୁତ ଖୁଣ୍ଟ ମାଟିରେ ମିଶି ଯାଇଥିଲା।

Related story