ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ

ଗୁରବାର ରାତିରେ ଲୋକସଭାରେ ପାରିତ ହୋଇଥିବା ଦୁଇ କୃଷି ବିଲ୍ ରାଜ୍ୟସଭାରେ ପାରିତ ବାଚନିକ ଭୋଟ୍ ମାଧ୍ୟମରେ ପାରିତ ହେଲା ବିଲ୍ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ବିଲକୁ ବିରୋଧ କଲା ବିଜୁ ଜନତା ଦଳ ନୂଆଦିଲ୍ଲୀ: ରାଜ୍ୟସଭାରେ ଐତିହାସିକ କୃଷି ବିଲ୍ ୨୦୨୦ ପାରିତ ହୋଇଛି। ଗୁରୁବାର ରାତିରେ ଲୋକସଭାରେ ପାରିତ ହୋଇଥିବା ଦୁଇଟି ବିଲ ଶନିବାର ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ପାରିତ ବେଳେ ଅନେକ ଅସନ୍ତୋଷ ଦେଖାଦେଇଥିଲା। ବିରୋଧୀ ଦଳର ସାଂସଦ ଉପାଧ୍ୟକ୍ଷ ହରିଭାନ୍ […]

Derek-O-Brien (1)

Derek-O-Brien (1)

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 03:06 PM IST
  • ଗୁରବାର ରାତିରେ ଲୋକସଭାରେ ପାରିତ ହୋଇଥିବା ଦୁଇ କୃଷି ବିଲ୍ ରାଜ୍ୟସଭାରେ ପାରିତ
  • ବାଚନିକ ଭୋଟ୍ ମାଧ୍ୟମରେ ପାରିତ ହେଲା ବିଲ୍
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ
  • ବିଲକୁ ବିରୋଧ କଲା ବିଜୁ ଜନତା ଦଳ

ନୂଆଦିଲ୍ଲୀ: ରାଜ୍ୟସଭାରେ ଐତିହାସିକ କୃଷି ବିଲ୍ ୨୦୨୦ ପାରିତ ହୋଇଛି। ଗୁରୁବାର ରାତିରେ ଲୋକସଭାରେ ପାରିତ ହୋଇଥିବା ଦୁଇଟି ବିଲ ଶନିବାର ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ପାରିତ ବେଳେ ଅନେକ ଅସନ୍ତୋଷ ଦେଖାଦେଇଥିଲା। ବିରୋଧୀ ଦଳର ସାଂସଦ ଉପାଧ୍ୟକ୍ଷ ହରିଭାନ୍ ନାରାୟଣ ସିଂଙ୍କଙ୍କ ନିକଟକୁ ଆସିଥିଲେ। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ଉପାଧ୍ୟକ୍ଷଙ୍କ ନିକଟକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ।

କେବଳ ଏତିକି ନୁହେଁ, ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ମଧ୍ୟ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ପରେ ଆପ୍ ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟସଭାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ଏମିତିକି ରାଜ୍ୟସଭା ଟିଭିର ଅଡିଓ ମ୍ୟୁଟ୍ ହୋଇଥିବା ଦେଖିବାକୁ ମିିଳିଛି। ତେବେ ପରେ ବିଲ୍ ଗୁଡ଼ିକ ବାଚନିକ ଭୋଟ୍ ମଧ୍ୟରେ ପାରିତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟସଭାରେ ସରକାରଙ୍କ ତରଫରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରିବାର ଲୋକସଭାରେ ପାରିତ ହୋଇଥିବା ଦୁଇଟି ବିଲକୁ ଆଗତ କରିଥିଲେ। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଗୁରୁବାର ରାତିରେ ଲୋକସଭାରେ ପାରିତ ହୋଇଥିଲା। ଶନିବାର ସକାଳୁ ଏହା ଉପରେ ବିତର୍କ ହୋଇଥିଲା। ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ବିଲକୁ ବିରୋଧ କରିଥିଲେ। ପରେ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ। ଏଥିସହ ବିରୋଧର କାରଣ ମଧ୍ୟ ଦର୍ଶାଇଥିଲେ। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସୁରକ୍ଷା ଦାବି କରି ବିଜେଡି ଏହି ବିଲକୁ ବିରୋଧ କରିଥିଲା। ଏହାପରେ ବିରୋଧୀ ଦଳର ନେତାମାନେ ଉପାଧ୍ୟକ୍ଷଙ୍କ ଚେୟାର ନିକଟକୁ ଆସି ନାରାବାଜି କରିଥିଲେ। ଏହା ପରେ, ଡେରେକ ଓ’ବ୍ରାଇନ୍ ରୁଲ୍ ବୁକ ଚିରି ଦେଇଥିଲେ।

ରାଜ୍ୟସଭାରେ ବିରୋଧ ପରେ ଡେରେକ ଓବ୍ରିଏନ୍ ଟ୍ୱିଟ୍ କରି ଏକ ଭିଡିଓ କରି କହିଛନ୍ତି, ରାଜ୍ୟସଭାରେ ୧୩ ରୁ ୧୪ ଟି ଦଳ ଏହି ବିଲ୍ ବିରୋଧରେ ଅଛନ୍ତି। ଏହା ସତ୍ତ୍ୱେ ସରକାର ସିଲେକ୍ଟ କମିଟିକୁ ବିଲ୍ ପଠାଇ ନାହାନ୍ତି ଏବଂ ଭୋଟ୍ ମଧ୍ୟ କରି ନାହାନ୍ତି। ଏପରି କରିବା ଗଣତନ୍ତ୍ରକୁ ହତ୍ୟା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଲୋକସଭାରେ କୃଷି ସେବା ବିଲ୍‌, ୨୦୨୦ ପାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos