ଆତଙ୍କବାଦୀ ସହ କଂଗ୍ରେସ ସାଂସଦ ଅହମ୍ମଦ ପଟେଲଙ୍କ ସମ୍ପର୍କ କ’ଣ? ବିଜେପି ଆଣିଲା ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି। କଂଗ୍ରେସ ସାଂସଦ ଅହମ୍ମଦ ପଟେଲଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଭରୂଚ ଡାକ୍ତରଖାନାରୁ ଗିରଫ ହୋଇଥିବା ଆତଙ୍କବାଦୀ ସହ ଅହମ୍ମଦଙ୍କ ସମ୍ପର୍କ ଥିବା ନେଇ ଆରୋପ ଲଗାଇଥିଲେ ରୂପାଣୀ। ଗିରଫ ଆତଙ୍କବାଦୀ ଡାକ୍ତରଖାନାର କର୍ମଚାରୀ ଥିଲା। ଆଉ ଅହମ୍ମଦ ପଟେଲ ଡାକ୍ତରଖାନାର ଟ୍ରଷ୍ଟି। ତେଣୁ ଉଭୟଙ୍କ ମଧ୍ୟରେ କଣ ସମ୍ପର୍କ ସେ […]

Indian Parliament Session 2016

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 08:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି। କଂଗ୍ରେସ ସାଂସଦ ଅହମ୍ମଦ ପଟେଲଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଭରୂଚ ଡାକ୍ତରଖାନାରୁ ଗିରଫ ହୋଇଥିବା ଆତଙ୍କବାଦୀ ସହ ଅହମ୍ମଦଙ୍କ ସମ୍ପର୍କ ଥିବା ନେଇ ଆରୋପ ଲଗାଇଥିଲେ ରୂପାଣୀ। ଗିରଫ ଆତଙ୍କବାଦୀ ଡାକ୍ତରଖାନାର କର୍ମଚାରୀ ଥିଲା। ଆଉ ଅହମ୍ମଦ ପଟେଲ ଡାକ୍ତରଖାନାର ଟ୍ରଷ୍ଟି। ତେଣୁ ଉଭୟଙ୍କ ମଧ୍ୟରେ କଣ ସମ୍ପର୍କ ସେ ନେଇ କଂଗ୍ରେସ ସ୍ପଷ୍ଟିକରଣ ଦେଉ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ। କେବଳ  ବିଜୟ ରୂପାଣୀ ନୁହଁ, ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ସମାନ ଆରୋପ ଲଗାଇଛି ବିଜେପି ନେତା ତଥା ମନ୍ତ୍ରୀ ମୁକତାର ଅବ୍ବାସ ନକବୀ। ତେବେ ରୂପାଣୀଙ୍କ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି କଂଗ୍ରେସ। ଡାକ୍ତରଖାନା ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଗିରଫ ଆତଙ୍କବାଦୀ ଠିକା କର୍ମଚାରୀ ଥିଲା। ଗିରଫର ବହୁ ପୂର୍ବରୁ ସେ ଚାକିରୀ ଛାଡ଼ି ଦେଇଥିବା କହିଛି କଂଗ୍ରେସ। ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏପରି ଅଭିଯୋଗ ଆଣୁଥିବା ଓଲଟା ଅଭିଯୋଗ କରିଛି କଂଗ୍ରେସ।

Related story