ଏଆଇଏଡିଏମ୍‌କେ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଶଶିକଳା

ଚେନ୍ନାଇ: ଏଆଇଏଡିଏମ୍‌କେ ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଶଶିକଳା। ବିପୁଳ ସମର୍ଥକଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତେଇଶ ଦିନ ପରେ ଗତ ଗୁରୁବାର ତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳାଙ୍କୁ ଏଆଇଏଡିଏମ୍‌କେର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦେବା ନେଇ ଦଳର ସାଧାରଣ ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପନୀରସେଲଭାମ୍‌ ଏବଂ ଲୋକସଭାର ଉପ-ବାଚସ୍ପତି ଏମ୍. ଥାମ୍ବିଦୁରାଇଙ୍କ ସମେତ ସାଧାରଣ […]

sasikala

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 12:42 PM IST

ଚେନ୍ନାଇ: ଏଆଇଏଡିଏମ୍‌କେ ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଶଶିକଳା। ବିପୁଳ ସମର୍ଥକଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତେଇଶ ଦିନ ପରେ ଗତ ଗୁରୁବାର ତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳାଙ୍କୁ ଏଆଇଏଡିଏମ୍‌କେର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦେବା ନେଇ ଦଳର ସାଧାରଣ ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଓ ପନୀରସେଲଭାମ୍‌ ଏବଂ ଲୋକସଭାର ଉପ-ବାଚସ୍ପତି ଏମ୍. ଥାମ୍ବିଦୁରାଇଙ୍କ ସମେତ ସାଧାରଣ ପରିଷଦର ୨୩ ଜଣ ସଦସ୍ୟ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ସାଧାରଣ ପରିଷଦର ୨୦୦୦ରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖରେ ଜୟଲଳିତାଙ୍କ ପରଲୋକ ହୋଇଥିଲା।

Related story