ଚେନ୍ନାଇ:ତାମିଲନାଡ଼ୁ ରାଜନୀତିରେ ଝଡ଼। ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମ୍କେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚି ଶେଷରେ ଆଜି ଦୁଇଫାଳ ହୋଇଛି। ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଚିହ୍ନକୁ ନେଇ ବିବାଦ ଉପୁଜିଥିଲା। ଆଜି ଦୁଇ ଗୋଷ୍ଠୀଙ୍କୁ ଅଲଗା ଅଲଗା ଚିହ୍ନ ମିଳିଛି। ଭି.କେ.ଶଶିକଳାଙ୍କ ଦଳ ‘ଏଆଇଏଡିଏମ୍କେ ଆମ୍ମା’କୁ ଟୋପି ଚିହ୍ନ ମିଳିଥିଲା ବେଳେ ପନିରେସଲଭମଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ‘ଏଆଇଏଡିଏମ୍କେ ପୁରାଚି ଥାଲାଇଭି ଆମ୍ମା ଦଳ’କୁ ବିଦ୍ୟୁତ୍ ଖୁଣ୍ଟ ଚିହ୍ନ ମିଳିଛି। ନିର୍ବାଚନ କମିଶନ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏଆଇଏଡିଏମ୍କେର ପୂର୍ବରୁ ଥିବା ‘ଦୁଇ ପତ୍ର’ ଚିହ୍ନକୁ କମିଶନ ଅଚଳ କରି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କ ନିର୍ବାଚନମଣ୍ଡଳୀ ଆରକେ ନଗର ଆସନ ଖାଲିଥିଲା। ଏବେ ଏଠି ଉପନିର୍ବାଚନ ହେବ।