ତାମିଲନାଡ଼ୁ ରାଜନୀତିରେ ନୂଆ ମୋଡ଼: ହାତ ମିଳାଇଲେ ଦୁଇ ବିରୋଧୀ ଗୋଷ୍ଠୀ: ବିଦା ହେବେ ଶଶିକଳା!

ଚେନ୍ନାଇ,(ଓଡ଼ିଶା ରିପୋର୍ଟର):ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନ। ଶେଷରେ ଶାସକ ଏଆଇଏଡିଏମକେ ଦଳର ମିଶ୍ରଣ ହେଲା।  ଏକାଠି ହେଲେ ଦଳର ଦୁଇ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ହାତ ମିଶାଇଛନ୍ତି । ଚେନ୍ନାଇରେ ଦଳ ମୁଖ୍ୟାଳୟରେ ଉଭୟ ନେତା ଯୁଗ୍ମ ଭାବେ ଏହା ଘୋଷଣା କରିଛନ୍ତି । ଚୁକ୍ତି ଅନୁଯାୟୀ ପନିରସେଲଭମ ଉପମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କୁ ଅର୍ଥ ମନ୍ତ୍ରାଳୟ ବି ମିଳିଛି । ଏଥିସହ ପନିରସେଲଭମ ଗୋଷ୍ଠୀର ୩ […]

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 04:47 PM IST

ଚେନ୍ନାଇ,(ଓଡ଼ିଶା ରିପୋର୍ଟର):ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନ। ଶେଷରେ ଶାସକ ଏଆଇଏଡିଏମକେ ଦଳର ମିଶ୍ରଣ ହେଲା।  ଏକାଠି ହେଲେ ଦଳର ଦୁଇ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ହାତ ମିଶାଇଛନ୍ତି । ଚେନ୍ନାଇରେ ଦଳ ମୁଖ୍ୟାଳୟରେ ଉଭୟ ନେତା ଯୁଗ୍ମ ଭାବେ ଏହା ଘୋଷଣା କରିଛନ୍ତି । ଚୁକ୍ତି ଅନୁଯାୟୀ ପନିରସେଲଭମ ଉପମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କୁ ଅର୍ଥ ମନ୍ତ୍ରାଳୟ ବି ମିଳିଛି ।

ଏଥିସହ ପନିରସେଲଭମ ଗୋଷ୍ଠୀର ୩ ସଦସ୍ୟଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି ୧୧ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ପ୍ୟାନେଲ ଦଳର ନେତୃତ୍ୱ ନେବେ।  ଜୟଲଳିତାଙ୍କ ମୃତ୍ୟୁ ପରେ ପରେ କ୍ଷମତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା।  ଆଗକୁ ରାଜ୍ୟରେ ପୌର ନିର୍ବାଚନ ଥିବାରୁ ଦଳକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ତେବେ ଦଳର ସାଧାରଣ ସମ୍ପାଦକ ତଥା ଜୟଲଲିତାଙ୍କ ବାନ୍ଧବୀ ଭି.କେ.ଶଶିକଳାଙ୍କୁ ଦଳରୁ ବହିସ୍କାର କରାଯିବା ନେଇ ବିଚାର କରାଯାଉଛି। ଦୁର୍ନୀତି ମାମଲାରେ ଦୋଶୀ ସାବ୍ୟସ୍ଥ ହୋଇ ଶଶିକଳା ଏବେ ଜେଲରେ ଅଛନ୍ତି। ତେବେ ନୂତନମନ୍ତ୍ରୀମଣ୍ଡଳ ଗଠନ ପରେ ଆଜି ରାଜ୍ୟପାଳ ଶପଥପାଠ ଗ୍ରହଣ କରାଇବେ।

Related story