ଶାହଙ୍କ ଉପସ୍ଥିତିରେ ଏଆଇଏଡିଏମକେର ବଡ଼ ଘୋଷଣା, ୨୦୨୧ରେ ଦୁଇ ଦଳ ଏକାଠି ଲଢ଼ିବେ

ଚେନ୍ନାଇ: ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତରେ ରାଜ୍ୟରେ କ୍ଷମତାସୀନ ଏଆଇଏଡିଏମକେ ବଡ଼ ଘୋଷଣା କରିଛି। ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଓ ଏମଆଇଏଡିଏମକେ ମେଣ୍ଟ କରି ଲଢ଼େଇ କରିବେ ବୋଲି ଦଳ କହିଛି। ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ କହିଛନ୍ତି, ବିଜେପି ଓ ଏମଆଇଏଡିଏମକେ ମେଣ୍ଟ ଆଗାମୀ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ। ସେହିପରି ମୁଖ୍ୟମନ୍ତ୍ରୀ ପଲାନିସାମୀ କହିଛନ୍ତି, ଆମ ଦଳ ସର୍ବଦା ବିଜେପି […]

dsa

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 10:24 PM IST

ଚେନ୍ନାଇ: ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତରେ ରାଜ୍ୟରେ କ୍ଷମତାସୀନ ଏଆଇଏଡିଏମକେ ବଡ଼ ଘୋଷଣା କରିଛି। ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଓ ଏମଆଇଏଡିଏମକେ ମେଣ୍ଟ କରି ଲଢ଼େଇ କରିବେ ବୋଲି ଦଳ କହିଛି।

ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ କହିଛନ୍ତି, ବିଜେପି ଓ ଏମଆଇଏଡିଏମକେ ମେଣ୍ଟ ଆଗାମୀ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ। ସେହିପରି ମୁଖ୍ୟମନ୍ତ୍ରୀ ପଲାନିସାମୀ କହିଛନ୍ତି, ଆମ ଦଳ ସର୍ବଦା ବିଜେପି ସହ ମିଶି କାମ କରିବ। ଆମେ ଲୋକସଭା ନିର୍ବାଚନ ବେଳେ ବିଜେପି ସହ ମେଣ୍ଟ କରିଥିଲୁ। ଆଗକୁ ମଧ୍ୟ ଏହା ଜାରି ରହିବ। ଆମେ ୧୦ ବର୍ଷ ହେଲା ଉତ୍ତମ ସରକାର ଦେଇ ଆସିଛୁ। ଆମ ମେଣ୍ଟ ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ଜିତିବ। ତାମିଲନାଡୁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ଆସିଛି ବୋଲି ସେ କହିଛନ୍ତି।

ଆଜି ଏକ ସରକାରୀ କାର୍ଯ୍ୟକ୍ରମ ବେଳେ ଏଆଇଏଡିଏମକେର ଦୁଇ ଶୀର୍ଷ ସ୍ତରୀୟ ନେତା ଏଭଳି ଘୋଷଣା କରିବା ବେଳେ ନିଜେ ଅମିତ ଶାହ ଉପସ୍ଥିତ ରହିଥିଲେ। ଏପରି କି ପନ୍ନିରସେଲଭମ ଶ୍ରୀ ଶାହଙ୍କୁ ଆଧୁନିକ ଯୁଗ ଚାଣକ୍ୟ କହି ମଧ୍ୟ ପ୍ରଶଂସା କରିଛନ୍ତି।

Related story