ଅନ୍ତିମ ସଂସ୍କାର ବେଳେ ବିମାନ ଆକ୍ରମଣ: ୧୪୦ ମୃତ, ୫୦୦ରୁ ଅଧିକ ଆହତ

ସାନା : ୟେମେନରେ ଏକ ଅନ୍ତିମ ସଂସ୍କାର ସମୟରେ ବିମାନ ଆକ୍ରମଣ ହେବାରୁ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨୫ରୁ ‌ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସାଉଦି ଆରବ ନେତୃତ୍ୱ ନେଉଥିବା ମିଳିତ ବାୟୁ ସେନା ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ସଂଯୁକ୍ତ ରାଷ୍ଟ୍ରର ହ୍ୟୁମାନିଟାରିଆନ୍‌ କୋ-ଅର୍ଡିନେଟର୍ କହିଛନ୍ତି,“ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ଯୋଗ ଦେଇ ଥିବା କର୍ମଚାରୀଙ୍କ ଉପରେ ସନାରେ ହୋଇଥିବା ଆକ୍ରମଣ ଶକ୍ତ ଧକ୍କା ପହଞ୍ଚାଇଛି।” ଏହି ଆକ୍ରମଣରେ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିବା […]

yemen

Rakesh Mallick
  • Published: Sunday, 09 October 2016
  • , Updated: 04 May 2017, 03:44 PM IST

ସାନା : ୟେମେନରେ ଏକ ଅନ୍ତିମ ସଂସ୍କାର ସମୟରେ ବିମାନ ଆକ୍ରମଣ ହେବାରୁ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨୫ରୁ ‌ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସାଉଦି ଆରବ ନେତୃତ୍ୱ ନେଉଥିବା ମିଳିତ ବାୟୁ ସେନା ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।

ସଂଯୁକ୍ତ ରାଷ୍ଟ୍ରର ହ୍ୟୁମାନିଟାରିଆନ୍‌ କୋ-ଅର୍ଡିନେଟର୍ କହିଛନ୍ତି,“ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ଯୋଗ ଦେଇ ଥିବା କର୍ମଚାରୀଙ୍କ ଉପରେ ସନାରେ ହୋଇଥିବା ଆକ୍ରମଣ ଶକ୍ତ ଧକ୍କା ପହଞ୍ଚାଇଛି।”

ଏହି ଆକ୍ରମଣରେ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଥମେ ପ୍ରାଥମିକ ରିପୋର୍ଟରେ ପ୍ରକାଶ ପାଇଥିଲା। ୟୁଏନ୍‌ ଏହି ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସାଉଦି ଆରବ ନେତ୍ୱତ୍ୱ ଦଳ ୨୦୧୫ ଏପ୍ରିଲ୍‌ରେ ୟେମେନର ରାଜଧାନୀ ସାନାରେ ଥିବା ବିଦ୍ରୋହୀଙ୍କ ବିରୋଧରେ  ବିମାନ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲା

Related story