ପେଶୱାର: ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶରେ ବାୟୁସେନାର ଆକ୍ରମଣ ପରେ ୬୫ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ଏହି ବାୟୁସେନାର ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏହି ଦୁଇଟି ପ୍ରଦେଶରେ। ଏଥିରେ ଥିବା ଆଦିବାସୀଙ୍କୁ ଆତଙ୍କବାଦୀମାନେ ଟ୍ରେନିଂ ଦେଇଥିବାର ଖବର ମିଳିବା ପରେ ପାକିସ୍ତାନ ବାୟୁସେନା ପକ୍ଷରୁ କ୍ଷପଣାସ୍ତ୍ର ମାଡ କରାଯାଇଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଶୱାଲ ଅଞ୍ଚଳରେ ୨୮ ଜଣଙ୍କ ଆତଙ୍କ ମୃତ୍ୟୁ ହୋଇଥିବାବେଳେ ଘର୍ଲାମାଇ ଅଞ୍ଚଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସୁଦ୍ଧା ପାକିସ୍ତାନ ବାୟୁ ସେନା ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇ ୧୨ ଜଣ ଆତଙ୍କୀଙ୍କୁ ଗୁଳିବିଦ୍ଧ କରାଯିଥିବା ଜଣାପଡିଛି।