ଏୟାର ଇଣ୍ଡିଆ ବିମାନ ଅପହରଣ କରିବାକୁ ଯୋଜନା କରୁଛି ଆଇଏସଆଇ ଆତଙ୍କୀ

କାବୁଲ: କାବୁଲ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅପହରଣ କରିବା ପାଇଁ ଯୋଜନା କରୁଛନ୍ତି ଆଇଏସଆଇ ଆତଙ୍କୀ। ଗୃହ ବିଭାଗ ଏ ନେଇ ସତର୍କ ସୂଚନା ଜାରି କରିଛି। ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ଏହି ଯୋଜନା କରୁଥିବା ଜଣାପଡିଛି। ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଲସ୍କର ଆତଙ୍କୀ ଭାରତର କିଛି ସହରରେ ଆକ୍ରମଣ କରିବା ପାଇଁ ଯୋଜନା ଚଲାଉଛନ୍ତି। ଆତଙ୍କବାଦୀମାନେ କରାଚିରୁ ସମୁଦ୍ର ରାସ୍ତା କିମ୍ବା ଜାମ୍ମୁ-କାଶ୍ମୀର ଦେଇ ଭାରତ ମଧ୍ୟକୁ ଆସିବା ପରେ ରେଲୱେ ଷ୍ଟେସନ […]

airindia

Rakesh Mallick
  • Published: Friday, 14 August 2015
  • , Updated: 04 May 2017, 03:45 PM IST

କାବୁଲ: କାବୁଲ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅପହରଣ କରିବା ପାଇଁ ଯୋଜନା କରୁଛନ୍ତି ଆଇଏସଆଇ ଆତଙ୍କୀ। ଗୃହ ବିଭାଗ ଏ ନେଇ ସତର୍କ ସୂଚନା ଜାରି କରିଛି। ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ଏହି ଯୋଜନା କରୁଥିବା ଜଣାପଡିଛି। ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଲସ୍କର ଆତଙ୍କୀ ଭାରତର କିଛି ସହରରେ ଆକ୍ରମଣ କରିବା ପାଇଁ ଯୋଜନା ଚଲାଉଛନ୍ତି। ଆତଙ୍କବାଦୀମାନେ କରାଚିରୁ ସମୁଦ୍ର ରାସ୍ତା କିମ୍ବା ଜାମ୍ମୁ-କାଶ୍ମୀର ଦେଇ ଭାରତ ମଧ୍ୟକୁ ଆସିବା ପରେ ରେଲୱେ ଷ୍ଟେସନ ଓ ହୋଟେଲକୁ ଟାର୍ଗେଟ କରିବାକୁ ଯୋଜନା କରିଛନ୍ତି। ଏହାସହ ବିଜେପି କାର୍ଯ୍ୟାଳୟ ଓ ରାଜ୍ୟର ଭିଡ ସ୍ଥାନକୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି ।

ଏହାସହ ପାକିସ୍ତାନ ପଞ୍ଜାବରେ ଶିଖ ଆତଙ୍କବାଦୀଙ୍କୁ ଉସକାଉଥିବା ମଧ୍ୟ କୁହାଯାଇଛି। ସ୍ୱାଧୀନତା ଦିବସରେ ଆତଙ୍କବାଦୀଙ୍କ ଏପରି କୌଣସି ଯୋଜନାକୁ ପଣ୍ଡ କରିବାକୁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ସ୍ଥିତି ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ସମ୍ପର୍କ ଥିବା ଭାରତ ସଂଗଠନ ଇଣ୍ଡିଆନ ମୁଜାହିଦିନ ଓ ପୂର୍ବ ସିମୀ ସଦସ୍ୟଙ୍କଠାରୁ ଦେଶକୁ ବିପଦ ରହିଛି। ସେନା ଓ ରାଜ୍ୟ ପୋଲିସ ପାଖକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପତ୍ରରେ ଭାରତର ନୌସେନା ଘାଟିରେ ଆକ୍ରମଣ କରିବାକୁ ଅଲକଏଦା ଯୋଜନା କରୁଥିବା ଉଲ୍ଲେଖ କରାଯାଇଛି।

 

 

 

Related story