ଏୟାରଟେଲ୍ ଛାଡ଼ିଲା ଶସ୍ତା ୪-ଜି ସ୍ମାର୍ଟଫୋନ୍: ଦାମ୍ ୩୪୯୯ ଟଙ୍କା, ଫେରି ପାରିବେ ୧୫୦୦

ଦେଶର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବେ ଜିଓ ଫୋନକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ କମ୍ପାନୀ  ବଜାରକୁ ଏକ ଶସ୍ତା ୪-ଜି ସ୍ମାର୍ଟଫୋନ ଛଡ଼ାଯାଇଛି। ଆଜି ଏହାର ଲଞ୍ଚ୍ କରାଯାଇଛି। ଏୟାରଟେଲ କମ୍ପାନୀ ମୋବାଇଲ୍ ନିର୍ମାଣକାରୀ କମ୍ପାନୀ କାର୍ବନ ସହ ମିଶି ଏହି ମୋବାଇଲ୍ ସେଟ୍ ତିଆରି କରିଛି। ଏହାର ନାଁ ରହିଛି କାର୍ବନ ଏ-୪୦ ଇଣ୍ଡିଆ। ଯାହାର ମୂଲ୍ୟ ବି ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇଲା ପରି। ଦାମ୍ ରହିଛି ମାତ୍ର […]

Rakesh Mallick
  • Published: Wednesday, 11 October 2017
  • , Updated: 12 October 2017, 03:20 PM IST

ଦେଶର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବେ ଜିଓ ଫୋନକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ କମ୍ପାନୀ  ବଜାରକୁ ଏକ ଶସ୍ତା ୪-ଜି ସ୍ମାର୍ଟଫୋନ ଛଡ଼ାଯାଇଛି। ଆଜି ଏହାର ଲଞ୍ଚ୍ କରାଯାଇଛି। ଏୟାରଟେଲ କମ୍ପାନୀ ମୋବାଇଲ୍ ନିର୍ମାଣକାରୀ କମ୍ପାନୀ କାର୍ବନ ସହ ମିଶି ଏହି ମୋବାଇଲ୍ ସେଟ୍ ତିଆରି କରିଛି। ଏହାର ନାଁ ରହିଛି କାର୍ବନ ଏ-୪୦ ଇଣ୍ଡିଆ। ଯାହାର ମୂଲ୍ୟ ବି ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇଲା ପରି। ଦାମ୍ ରହିଛି ମାତ୍ର ୩ ହଜାର ୪୯୯ ଟଙ୍କା। ଏୟାରଟେଲ କମ୍ପାନୀର କହିବା ଅନୁଯାୟୀ, ଏହା ଗୁଗୁଲ ସାର୍ଟିଫାଏଡ ସ୍ମାର୍ଟଫୋନ।

କ’ଣ ରହିଛି ଏହି ଫୋନ୍‌ରେ ସୁବିଧା

ଏବେ ଜାଣନ୍ତୁ ଏହି ଶସ୍ତା ସ୍ମାର୍ଟଫୋନ୍‌ର କଣ ରହିଛି ବିଶେଷତ୍ଵ। ଏହି ସ୍ମାର୍ଟଫୋନରେ ଆପଣ ଦୁଇଟି ସିମ୍ ପକେଇ ପାରିବେ। ଅର୍ଥାତ ଏହା ଡୁଆଲ ସିମ୍ ମୋବାଇଲ୍। ଏଥିସହ ରହିଛି ଗୁଗଲ ପ୍ଳେ-ଷ୍ଟୋର, ହ୍ବାଟସଆପ, ଫେସବୁକ ଓ ଗୁଗୁଲ ପରି ଆପ୍। ଏଥିରେ ଅଛି ୪ ଇଂଚ୍‌ର ଟଚ୍‌ ସ୍କ୍ରିନ୍, ଆଣ୍ଡ୍ରଏଡ୍ ୭.୦ ପରିଚାଳିତ ଏହି ଫୋନ୍‌ରେ ଏୟାରଟେଲ୍‌ର ପ୍ରି-ଲୋଡେଡ୍ ଆପ୍ ରହିଛି। ମାଇଁ ଏୟାରଟେଲ୍, ଏୟାରଟେଲ୍ ଟିଭି ଏବଂ ଆଉକିଛି ଆପ୍ ରହିଛି। ଏହି ଶସ୍ତା ସ୍ମାର୍ଟଫୋନ୍‌ରେ 1.3GHz ର ପ୍ରସେସର୍ ଓ ୧-ଜିବି ରାମ୍ ଦିଆଯାଇଛି। ଏହାର ଇଣ୍ଟରନାଲ ମେମୋରି ୮ ଜିବି ରହିଥିବା ବେଳେ ମାଇକ୍ରୋ ଏସ୍‌ଡି କାର୍ଡ ମାଧ୍ୟମରେ ଏହା ୩୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ।

କେମିତି କିଣିବେ ଏହି ଫୋନକୁ

ଯଦି ଆପଣଙ୍କୁ ଏହି ଫୋନ କିଣିବାର ଅଛି ତେବେ ସର୍ବପ୍ରଥମେ ୨ ହଜାର ୮୯୯ ଟଙ୍କା ଡାଉନ ପେମେଣ୍ଟ ଦେବାକୁ ପଡିବ। ତା ସହିତ ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ମାସିକ ୧୬୯ ଟଙ୍କାର ରି-ଚାର୍ଜ କରିବାକୁ ପଡ଼ିବ। ୧୮ ମାସ ପର୍ଯ୍ୟନ୍ତ ଯଦି ଆପଣ ଏହି ଫୋନକୁ ବ୍ୟବହାର କରିବେ, ତେବେ ଏୟାରଟେଲ୍ ଆପଣଙ୍କୁ ପ୍ରଥମେ ୫୦୦ ଟଙ୍କା ଫେରାଇ ଦେବ। ଏହାପରେ ୩୬ ମାସ ପର୍ଯ୍ୟନ୍ତ ବ୍ୟବହାର କରି ସାରିବା ପରେ କମ୍ପାନୀ ଆପଣଙ୍କୁ ୧୦୦୦ ଟଙ୍କା ପୁଣି ଫେରାଇ ଦେବ। ଅର୍ଥାତ କମ୍ପାନୀ ଆପଣଙ୍କୁ ମୋଟ ୧୫୦୦ଟଙ୍କା ଫେରାଇବ। ଅର୍ଥାତ ଫୋନ୍‌ଟି ଆପଣ ଆତ୍ର ୧୩୯୯ ଟଙ୍କାରେ ପାଇବେ।

ଏହି ଫୋନରେ ପ୍ରତି ମାସ ଆପଣଙ୍କୁ ୧୬୯ ଟଙ୍କା ରି-ଚାର୍ଜ କରିବାକୁ ପଡ଼ିବ। ୧୬୯ ଟଙ୍କା ରିଚାର୍ଜ କରିବା ପରେ ଆପଣଙ୍କୁ ଅଲନିମିଟେଡ୍ ଭଏସ୍ କଲ୍ ସହ ପ୍ରତିଦିନ ୦.୫ ଅର୍ଥାତ ଅଧା GB ଡାଟା ମିଳିବ। ଏହି ଅଫରର ଅବଧି ୨୮ ଦିନ ପର୍ଯ୍ୟନ୍ତ ରହିବ। ଯଦି ଆପଣ ୧୬୯ ଟଙ୍କାର ରିଚାର୍ଜ କରିବାକୁ ଚାହୁଁ ନାହାଁନ୍ତି ତେବେ କମ୍ପାନୀର ଅନ୍ୟ ଯେକୌଣସି ଅଫର ଅନୁଯାୟୀ ରିଚାର୍ଜ କରିପାରିବେ। କିନ୍ତୁ ଟଙ୍କା ଫେରି ପାରିବାକୁ ହେଲେ ଆପଣଙ୍କୁ ୧୮ ମାସ ଭିତରେ ୩୦୦୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।

Related story