ପାରୋଲରେ ବାହାରିଲେ ହରିଆଣାର ଭାବି ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତଙ୍କ ବାପା

ନୂଆଦିଲ୍ଲୀ: ୧୪ ଦିନିଆ ପାରୋଲରେ ବାହାରିଲେ ହରିଆଣାର ଭାବି ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ୍‌ ପ୍ରଶାସନ ତାଙ୍କୁ ପାରୋଲରେ ଛାଡ଼ିଛନ୍ତି। ଆଜି ହରିଆଣାରେ ବିଜେପି-ଜେଜେପି ମେଣ୍ଟ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅଜୟ ଚୌଟାଲା ପୁଅର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ […]

Dushyant-Chautalas-father-Ajay-Chautala(1)

Subhransu Sekhar
  • Published: Sunday, 27 October 2019
  • , Updated: 27 October 2019, 11:19 AM IST

ନୂଆଦିଲ୍ଲୀ: ୧୪ ଦିନିଆ ପାରୋଲରେ ବାହାରିଲେ ହରିଆଣାର ଭାବି ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ୍‌ ପ୍ରଶାସନ ତାଙ୍କୁ ପାରୋଲରେ ଛାଡ଼ିଛନ୍ତି।

ଆଜି ହରିଆଣାରେ ବିଜେପି-ଜେଜେପି ମେଣ୍ଟ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅଜୟ ଚୌଟାଲା ପୁଅର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ହରିଆଣାରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଜୟ ଜେଲରେ ସଜା କାଟୁଛନ୍ତି। ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଲେଖାଏ ଜେଲ୍ ସଜା ଶୁଣାଇଛନ୍ତି।

 

Related story