ଆଜି ବିଳମ୍ୱିତ ରାତିରେ ଭାରତକୁ ଆସିବ ଛୋଟା ରାଜନ୍

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଆଜି ବାଲିରୁ ଭାରତକୁ ଅଣାଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ଡେପସର ପୋଲିସ ଷ୍ଟେସନରୁ ବାଲି ବିମାନ ବନ୍ଦରକୁ ରାଜନକୁ ଅଣାଯାଇଥିଲା।  ଭାରତରେ ଆସି ପହଞ୍ଚିବା ପରେ ତାକୁ ଦିଲ୍ଲୀସ୍ଥିତ ସିବିଆଇ ଅଫିସରେ ରଖାଯିବ। ଛୋଟା ରାଜନର ଜୀବନ ପ୍ରତି ବିପଦ ଥିବାରୁ ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି।  ରାଜନକୁ ସିବିଆଇ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି। ଏହାସହ ଦିଲ୍ଲୀ ପୋଲିସ […]

rajan

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 03:51 PM IST

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଆଜି ବାଲିରୁ ଭାରତକୁ ଅଣାଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ଡେପସର ପୋଲିସ ଷ୍ଟେସନରୁ ବାଲି ବିମାନ ବନ୍ଦରକୁ ରାଜନକୁ ଅଣାଯାଇଥିଲା।

 ଭାରତରେ ଆସି ପହଞ୍ଚିବା ପରେ ତାକୁ ଦିଲ୍ଲୀସ୍ଥିତ ସିବିଆଇ ଅଫିସରେ ରଖାଯିବ। ଛୋଟା ରାଜନର ଜୀବନ ପ୍ରତି ବିପଦ ଥିବାରୁ ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି।  ରାଜନକୁ ସିବିଆଇ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି। ଏହାସହ ଦିଲ୍ଲୀ ପୋଲିସ ମଧ୍ୟ ଛୋଟା ରାଜନକୁ ପଚାରାଉଚରା କରିପାରେ।

Related story