ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ସତ୍ୟ, ଅହିଂସାର ପୂଜାରୀ। ସାରା ବିଶ୍ୱବାସୀଙ୍କ ହାତରେ ଶାନ୍ତି ପାଇଁ ଅହିଂସା ଭଳି ଅସ୍ତ୍ର ଧରାଇ ଦେଇଥିବା ଏଇ ମହାମନୀଷୀଙ୍କ ଜନ୍ମ ଦିନକୁ ସାରା ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ରୂପେ। ଅହିଂସା ଅସ୍ତ୍ରରେ ଭାରତୀୟଙ୍କୁ ସ୍ୱାଧୀନତାର ସ୍ୱାଦ ଦେଇଥିଲେ ଗାନ୍ଧି। ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ। ୧୯୦୪ ମସିହାରେ […]

gandhi

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 05:18 AM IST

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ସତ୍ୟ, ଅହିଂସାର ପୂଜାରୀ। ସାରା ବିଶ୍ୱବାସୀଙ୍କ ହାତରେ ଶାନ୍ତି ପାଇଁ ଅହିଂସା ଭଳି ଅସ୍ତ୍ର ଧରାଇ ଦେଇଥିବା ଏଇ ମହାମନୀଷୀଙ୍କ ଜନ୍ମ ଦିନକୁ ସାରା ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ରୂପେ। ଅହିଂସା ଅସ୍ତ୍ରରେ ଭାରତୀୟଙ୍କୁ ସ୍ୱାଧୀନତାର ସ୍ୱାଦ ଦେଇଥିଲେ ଗାନ୍ଧି।

ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ। ୧୯୦୪ ମସିହାରେ ମୋଗଲ ସରାଇର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀଜୀ ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜୟ ଜବାନ ଏବଂ ଜୟ କିଶାନ ସ୍ଲୋଗାନ ପାଇଁ ଶାସ୍ତ୍ରୀଜୀ ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି।

ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିସ୍ଥଳ ରାଜଘାଟଠାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ଉପ-ରାଷ୍ଟ୍ରପତି ହମିଦ ଅନସାରୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି।

Related story