କାଜଖାସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ୮ ଦିନିଆ କେନ୍ଦ୍ର ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଜଖାସ୍ତାନ ଗସ୍ତରେ ଅଛନ୍ତି। ଏଠାରେ ସେ କାଜଖାସ୍ତାନ ରାଷ୍ଟ୍ରପତି ନୁର ସୁଲତାନ ନଜରବଏବ୍ ଓ ପ୍ରଧାନମନ୍ତ୍ରୀ କରିମ୍ ମାସିମୋଭଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ନଜରବଏଭଙ୍କ ସହ ମୋଦି ଶୀର୍ଷସ୍ତରୀୟ ଆଲୋଚନା ସହ କିଛି ଦ୍ୱିପାକ୍ଷିକ ରାଜିନାମା ମଧ୍ୟ ସ୍ୱାକ୍ଷର କରିବେ। କାଜଖାସ୍ତାନ ଗସ୍ତ ସମୟରେ ମୋଦି ଏଠାରେ ଏଲ. […]

modi-l1

modi-l1

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 04:56 AM IST

Sports

Latest News

ନୂଆଦିଲ୍ଲୀ: ୮ ଦିନିଆ କେନ୍ଦ୍ର ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଜଖାସ୍ତାନ ଗସ୍ତରେ ଅଛନ୍ତି। ଏଠାରେ ସେ କାଜଖାସ୍ତାନ ରାଷ୍ଟ୍ରପତି ନୁର ସୁଲତାନ ନଜରବଏବ୍ ଓ ପ୍ରଧାନମନ୍ତ୍ରୀ କରିମ୍ ମାସିମୋଭଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ନଜରବଏଭଙ୍କ ସହ ମୋଦି ଶୀର୍ଷସ୍ତରୀୟ ଆଲୋଚନା ସହ କିଛି ଦ୍ୱିପାକ୍ଷିକ ରାଜିନାମା ମଧ୍ୟ ସ୍ୱାକ୍ଷର କରିବେ। କାଜଖାସ୍ତାନ ଗସ୍ତ ସମୟରେ ମୋଦି ଏଠାରେ ଏଲ. ଏନ୍. ଗୁମିଲେଭ୍ ୟୁରାସିଆନ ନ୍ୟାସନାଲ ୟୁନିଭରସିଟିରେ ଇଣ୍ଡିଆ-କାଜଖାସ୍ତାନ ସେଣ୍ଟର ଫର ଏକ୍ସିଲେନ୍ସର ଉଦଘାଟନ ସେମେତ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।ଗତକାଲି ୫ଟି କେନ୍ଦ୍ର ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପ୍ରଥମେ ଉଜବେକିସ୍ତାନରେ ପହଞ୍ଚିଥିଲେ। ଏହି ଅବସରରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ସହ ବିଭିନ୍ନ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ତା’ସହ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ଟ୍ରାନ୍ସପୋର୍ଟ କରିଡରରେ ସାମିଲ ହେବାକୁ ଉଜବେକିସ୍ତାନକୁ ଭାରତ ନିମନ୍ତ୍ରଣ ଦେଇଛି। ମୋଦି ତାସକେଣ୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକ୍ ପ୍ରଧାନମନ୍ତ୍ରୀ ସଭକତ୍ ମିକୋମୋନୋଭିଚ୍ ମୋଦିଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ। ଉଜବେକିସ୍ତାନ ଓ କାଜାକସ୍ତାନ ଗସ୍ତ ପରେ ମୋଦି ଏଠାରୁ ତୁର୍କମେନିସ୍ତାନ, କିର୍ଗିଜସ୍ତାନ, ତାଜିକସ୍ତାନ ଓ ଋଷିଆ ଗସ୍ତ କରିବେ। ଏହି ଅବସରରେ ଅର୍ଥନୈତିକ ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ବିଭିନ୍ନ ଦ୍ୱିପାକ୍ଷିକ ରାଜିନାମା ହେବ। ମୋଦି ବ୍ରାଜିଲ, ଋଷିଆ, ଭାରତ, ଚୀନ ଏବଂ ସାଉଥ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟସମୂହ ସମ୍ମିଳନୀରେ ବି ଯୋଗଦେବେ। ସେହିପରି ସାଘାଂଇ କୋ-ପରେସନ୍ ଆର୍ଗାନାଇଜେସନ୍ ସମ୍ମିଳନୀରେ ମଧ୍ୟ ମୋଦି ଭାଗନେବେ। ୠଷିଆର ଉଫ।ଠାରେ ହେବାକୁ ଥିବା ଏହି ସମ୍ମିଳନୀ ଅବସରରେ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos