ଆଜି ଲୋକସଭାରେ ଆଗତ ହୋଇପାରେ ଜି ଏସ୍ ଟି ବିଲ୍

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ଜିଏସଟି ବା ଗୂଡସ୍ ଆଣ୍ଡ ସର୍ଭିସେସ୍ ବିଲ୍। ଜିଏସଟି ଲାଗୁନେଇ ଆଜି ୧୨୨ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଆସନ୍ତା ସୋମବାର ବିଲ ଉପରେ ଆଲୋଚନା ହେବା ଆଶା କରାଯାଉଛି। ସେହିଦିନ ବିଲକୁ ସରକାର ଲୋକସଭାରେ ପାସ କରାଇବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟପକ୍ଷରେ ବିଲକୁ ବିଶେଷ ବିରୋଧ ନଥିବାରୁ ଚଳିତ ଅଧିବେଶନରେ ସରକାର ଏହାକୁ ସଂସଦର ଉଭୟ ଗୃହରେ ପାସ କରାଯାଇବାକୁ ଉଦ୍ୟମ କରିବେ। ଗତ […]

par med

Rakesh Mallick
  • Published: Friday, 24 April 2015
  • , Updated: 24 April 2015, 06:18 AM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ଜିଏସଟି ବା ଗୂଡସ୍ ଆଣ୍ଡ ସର୍ଭିସେସ୍ ବିଲ୍। ଜିଏସଟି ଲାଗୁନେଇ ଆଜି ୧୨୨ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଆସନ୍ତା ସୋମବାର ବିଲ ଉପରେ ଆଲୋଚନା ହେବା ଆଶା କରାଯାଉଛି।

ସେହିଦିନ ବିଲକୁ ସରକାର ଲୋକସଭାରେ ପାସ କରାଇବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟପକ୍ଷରେ ବିଲକୁ ବିଶେଷ ବିରୋଧ ନଥିବାରୁ ଚଳିତ ଅଧିବେଶନରେ ସରକାର ଏହାକୁ ସଂସଦର ଉଭୟ ଗୃହରେ ପାସ କରାଯାଇବାକୁ ଉଦ୍ୟମ କରିବେ।

ଗତ ବୁଧବାର ଜିଏସଟି ଲାଗୁନେଇ ଜେଟଲୀ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ସହ ଆଲୋଚନା କରିଥିଲେ। ରାଜ୍ୟମାନଙ୍କର ଦାବି ନେଇ ମୁଖ୍ୟତଃ ଏଥିରେ ଆଲୋଚନା ହୋଇଥିଲା। ତେବେ ଜିଏସଟି ଲାଗୁ ସମ୍ପର୍କରେ ଅଧିକାଂଶ ରାଜ୍ୟ ମତ ଦେବା ପରେ ବିଲକୁ ଖୁବଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ ବୋଲି ଜେଟଲୀ କହିଥିଲେ।

Related story