ଆଜି ରାଜୀବଙ୍କ ୨୫ତମ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି ଓ କଂଗ୍ରେସ ନେତା

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୨୫ତମ ପୂଣ୍ୟତିଥି। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଓ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ବୀରଭୂମିରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଓ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ମନେ […]

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 10:08 AM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୨୫ତମ ପୂଣ୍ୟତିଥି। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଓ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ବୀରଭୂମିରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଓ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ମନେ ରଖିବା ପାଇଁ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।“ହମ୍ ମେ ହେ ରାଜୀବ” ଥୀମ ଉପରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୨୫ତମ ପୂଣ୍ୟତିଥି ପାଳନ କରାଯିବ ବୋଲି ସ୍ଥିର କରାଯାଇଛି।

Related story