ଆଜି ରାଜୀବଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି ଓ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କର ଆଜି ୭୧ତମ ଜୟନ୍ତୀ । ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ନୂଆଦିଲ୍ଲୀ ସ୍ଥିତ ରାଜୀବଙ୍କ ସମାଧିସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଓ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅଜୟ ମାକନଙ୍କ ସହ ବହୁ ବରିଷ୍ଠ ନେତା ତାଙ୍କ […]

gandhi

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 04:41 AM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କର ଆଜି ୭୧ତମ ଜୟନ୍ତୀ । ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ନୂଆଦିଲ୍ଲୀ ସ୍ଥିତ ରାଜୀବଙ୍କ ସମାଧିସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଓ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅଜୟ ମାକନଙ୍କ ସହ ବହୁ ବରିଷ୍ଠ ନେତା ତାଙ୍କ ସମାଧିସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Related story