ଆଜି ରାତିରୁ ୩ ଦିନିଆ ଲଣ୍ଡନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଗୁରୁବାରଠାରୁ ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଯାତ୍ରା ଆରମ୍ଭ ହେଉଛି । ଏହି ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଲାଗି ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା ଆରମ୍ଭ କରିବେ। ସେଠାରେ ରାଣୀ ଏଲିଜାବେଥଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବ୍ରିଟିଶ ସଂସଦରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୱେମ୍ବଲେ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଦ୍ଧିତ କରିବେ । ଏଥିରେ ୬୦ହଜାର ପ୍ରବାସୀ ଭାରତୀୟ ଯୋଗଦେବାର ସମ୍ଭାବନା ରହିଛି। ବିଜ୍ଞାନ, କାରିଗରି କୌଶଳ, ଅର୍ଥନୀତି, […]

modi

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 08:26 AM IST

ନୂଆଦିଲ୍ଲୀ:  ଗୁରୁବାରଠାରୁ ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଯାତ୍ରା ଆରମ୍ଭ ହେଉଛି । ଏହି ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଲାଗି ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା ଆରମ୍ଭ କରିବେ। ସେଠାରେ ରାଣୀ ଏଲିଜାବେଥଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବ୍ରିଟିଶ ସଂସଦରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୱେମ୍ବଲେ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଦ୍ଧିତ କରିବେ । ଏଥିରେ ୬୦ହଜାର ପ୍ରବାସୀ ଭାରତୀୟ ଯୋଗଦେବାର ସମ୍ଭାବନା ରହିଛି। ବିଜ୍ଞାନ, କାରିଗରି କୌଶଳ, ଅର୍ଥନୀତି, ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ପ୍ରତିପକ୍ଷ ବ୍ରିଟିସ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଦୁଇଦେଶ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ସୌହାର୍ଯପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ସେଠାରେ କିଛି ବଡ କମ୍ପାନୀର ସିଇଓଙ୍କ ସହ ମୋଦି ଆଲୋଚନା କରିବେ। ବାୟୁସେନାର ଟ୍ରେନିଂ ପାଇଁ ଆଉ ୨୦ଟି ହକ୍ ବିମାନ ଭାରତ କିଣିବା ନେଇ ଆଗ୍ରହ ପ୍ରକାଶ କରିଛି। ଏ ବିଷୟରେ ମଧ୍ୟ ଆଲୋଚନ ହୋଇପାରେ। ୨୦୦୪ରେ ଭାରତ ୬୬ଟି ହକ୍ କିଣି ଥିଲା । ଏବେ ଏହି ବିମାନରୁ ଆଉ କିଛି ଆମଦାନୀ ଲାଗି ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ବୈଦେଶିକ ସଚିବ ସୁବ୍ରମଣ୍ୟମ ଜୟଶଙ୍କର ସୂଚନା ଦେଇଛନ୍ତି।

ଯାତ୍ରା ପୂର୍ବରୁ ମୋଦି କହିଛନ୍ତି ତାଙ୍କ ଯାତ୍ରାରେ ବିଭିନ୍ନ ଦ୍ୱିପାକ୍ଷିକ କ୍ଷେତ୍ରରେ ସମ୍ବନ୍ଧ ଦୃଢ ହେବ। ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପରେ ଧ୍ୟାନ ଦେବେ । ମୋ ଯାତ୍ରାର ଲକ୍ଷ୍ୟ ପାରମ୍ପରିକ ମିତ୍ରଙ୍କ ସହ ସହଯୋଗ ବୃଦ୍ଧି କରିବ।

Related story