କଶ୍ମୀର ସମସ୍ୟାକୁ ନେଇ ବୈଠକ କଲେ ଅଜିତ୍ ଡୋଭାଲ୍

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦେଖା ଦେଇଥିବା ଆତଙ୍କବାଦୀ ସମସ୍ୟା, ସୁରକ୍ଷା ଆଦି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ। ଅମରନାଥ ଯାତ୍ରା ପରେ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଇଙ୍ଗିତ ଦେଇଥିବାରୁ ନିର୍ବାଚନ ବେଳେ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି। ଜୁନ ୨ରେ ଦ୍ୱିତୀୟ ଥର ପାଇଁ ନିଜ ପଦବୀରେ ନିଯୁକ୍ତ ହେବା ସହ କ୍ୟାବିନେଟ ରାଙ୍କିଙ୍ଗ ମାନ୍ୟତା ପାଇବା ପରେ ଅଜିତ୍ […]

ajit-doval

Subhransu Sekhar
  • Published: Friday, 07 June 2019
  • , Updated: 07 June 2019, 12:40 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦେଖା ଦେଇଥିବା ଆତଙ୍କବାଦୀ ସମସ୍ୟା, ସୁରକ୍ଷା ଆଦି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ। ଅମରନାଥ ଯାତ୍ରା ପରେ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଇଙ୍ଗିତ ଦେଇଥିବାରୁ ନିର୍ବାଚନ ବେଳେ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି।

ଜୁନ ୨ରେ ଦ୍ୱିତୀୟ ଥର ପାଇଁ ନିଜ ପଦବୀରେ ନିଯୁକ୍ତ ହେବା ସହ କ୍ୟାବିନେଟ ରାଙ୍କିଙ୍ଗ ମାନ୍ୟତା ପାଇବା ପରେ ଅଜିତ୍ ଡୋଭାଲଙ୍କର ଏହା ପ୍ରଥମ ବୈଠକ ଥିଲା। ଏହି ବୈଠକରେ ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ବିଜୟ କୁମାର, ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ୍, ଆର୍ମି ମୁଖ୍ୟ ବିପିନ ରାଓ୍ୱତ, ସିଆରପିଏଫ୍ ଡିଜି ଆରଆର ଭଟ୍ଟନଗର ଏବଂ ରାଜ୍ୟ ପୁଲିସ ନିର୍ଦ୍ଦେଶକ ଦିଲବଗ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଜୁଲାଇ ୧ରେ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାରୁ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ବାବଦରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଭାରତ ସରକାର। କାରଣ ଜମ୍ମୁରେ ଗତ ପାଞ୍ଚ ମାସ ମଧ୍ୟରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହେଲେଣି। ଅଧିକାଂଶ ଆତଙ୍କବାଦୀ କଶ୍ମୀରର ବୋଲି ଜଣାପଡ଼ିଛି। ତେଣୁ ଅପ୍ରୀତିକିର ପରିସ୍ଥିତି ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର।

ରାଜ୍ୟରେ ଜୁନ ୨୦୧୮ରେ ପିଡିପି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ଏହାରି ଭିତରେ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ମଧ୍ୟ ସୁରୁ ଖୁରରେ ଶେଷ ହୋଇଛି। ତେଣୁ ଏହାକୁ ନଜରରେ ରଖି ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରି ସାରିଛନ୍ତି।

Related story