ମୁମ୍ବାଇ: ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପାୱାର ଗୁରୁବାର ସବୁଠାରୁ ବୃହତ ବ୍ୟବଧାନରେ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାରମତୀ ପ୍ରାର୍ଥୀଙ୍କୁ ୧.୬୫ ଲକ୍ଷ ଭୋଟ୍ ବ୍ୟବଧାନରେ ହରାଇଛନ୍ତି।
ଅନ୍ୟପକ୍ଷରେ ଶିବସେନା ପ୍ରାର୍ଥୀ ଦିଲ୍ଲୀପ ଭାଉସାହେବ ଲାଣ୍ଡେ ଉତ୍ତର ମୁମ୍ବାଇର ଚାନ୍ଦିୱାଲି ନିର୍ବାଚନମଣ୍ଡଳୀରେ ମାତ୍ର ୪୦୯ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଗତ ଅକ୍ଟୋବର ୨୧ରେ ହୋଇଥିବା ନିର୍ବାଚନରେ ଏହା ହେଉଛି ସବୁଠାରୁ କମ୍ ବ୍ୟବଧାନରେ ବିଜୟ।
ସୂଚନାଯୋଗ୍ୟ ଯେ, ଅଜିତ ପୁଣେ ଜିଲ୍ଲାରୁ ହିଁ ଅଜିତ ଲଗାତାର ୬ ଥର ଜିତିସାରିଲେଣି। ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ, ଅଜିତ ବିଜେପିର ପ୍ରାର୍ଥୀ ଗୋପୀଚାନ୍ଦ ପାଦଲକରଙ୍କୁ ୧,୬୫,୨୬୫ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ଶରଦ ପାୱାରଙ୍କ ପୁତୁରା ଅଜିତ ୧,୯୫,୬୪୧ ଭୋଟ୍ ପାଇଛନ୍ତି। ପାଦଲକର ମାତ୍ର ୩୦,୩୭୬ ଭୋଟ୍ ପାଇଛନ୍ତି।