ସିଏଏ ବିରୋଧୀଙ୍କୁ ଅକାଳ ତଖ୍‌ତଙ୍କ ସମର୍ଥନ

ଚଣ୍ଡୀଗଡ଼: ଶିଖ ଧର୍ମର ସର୍ବୋଚ୍ଚ କର୍ତ୍ତୃପକ୍ଷ ଅକାଲ ତଖ୍‌ତ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ବିରୋଧରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି। ଅକାଲ ତଖ୍‌ତ ମୁଖ୍ୟ ଗିଆନୀ ହରପ୍ରୀତ ସିଂହ ଆଜି ଦିଲ୍ଲୀ ଏକ ସଂଖ୍ୟାଲଘୁ କମିଶନ ମୁଖ୍ୟ ଜଫରୁଲ ଇସଲାମ ଖାନ୍‌ଙ୍କୁ ଅମୃତସରଠାରେ ଭେଟିଛନ୍ତି। ଆଲୋଚନା ପରେ ସେ ଘୋଷଣା କରିଛନ୍ତି ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ସେ ସମର୍ଥନ ଦେବେ। ସେ […]

akal-takht

Subrat Kumar Nayak
  • Published: Saturday, 15 February 2020
  • , Updated: 15 February 2020, 04:44 PM IST

ଚଣ୍ଡୀଗଡ଼: ଶିଖ ଧର୍ମର ସର୍ବୋଚ୍ଚ କର୍ତ୍ତୃପକ୍ଷ ଅକାଲ ତଖ୍‌ତ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ବିରୋଧରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି।

ଅକାଲ ତଖ୍‌ତ ମୁଖ୍ୟ ଗିଆନୀ ହରପ୍ରୀତ ସିଂହ ଆଜି ଦିଲ୍ଲୀ ଏକ ସଂଖ୍ୟାଲଘୁ କମିଶନ ମୁଖ୍ୟ ଜଫରୁଲ ଇସଲାମ ଖାନ୍‌ଙ୍କୁ ଅମୃତସରଠାରେ ଭେଟିଛନ୍ତି। ଆଲୋଚନା ପରେ ସେ ଘୋଷଣା କରିଛନ୍ତି ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ସେ ସମର୍ଥନ ଦେବେ।

ସେ ଏହି ଅବସରରେ କହିଛନ୍ତି, ମୁସଲିମ୍‌ଙ୍କ ମଧ୍ୟରେ ଏକ ଭୟର ବାତାବରଣ ରହିଛି। ଶିଖ୍‌ମାନେ ଏହି ସମୟରେ ସେମାନଙ୍କୁ ସମର୍ଥନ ଦେବାର ଆବଶ୍ୟକତା ରହିଛି। ଆଇଏଏନ୍‌ଏସ୍‌ର ରିପୋର୍ଟ ଅନୁଯାୟୀ, ବିଭିନ୍ନ ମୁସଲିମ୍‌ ସଂଗଠନମାନଙ୍କଠାରୁ ମଧ୍ୟ ସେ ସମର୍ଥନ ପାଇଁ ଆହ୍ୱାନ କରିଛନ୍ତି।

ଏହାର ଦୁଇ ଦିନ ପୂର୍ବରୁ ଶିରୋମଣି ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟରେ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନିଶ୍ଚିତ କରନ୍ତୁ ଯେ ଦେଶ ସମ୍ବିଧାନର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଚାଲିବା ଦରକାର। ସେ ଦେଶର ସାମାଜିକ ଏବଂ ରାଜନୀତିକ ପରିବେଶ ବାବଦରେ ଚିନ୍ତା ପ୍ରକଟ କରିଥିଲେ।

Related story