ଶିବପାଲଙ୍କ ସମେତ ଚାରି ମନ୍ତ୍ରୀଙ୍କୁ ବିଦା କଲେ ଅଖିଳେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ଦାଦା ଶିବପାଲ ଯାଦବ ସହିତ ମୋଟ ଚାରି ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ଏହାସହିତ ଜୟାପ୍ରଦାଙ୍କୁ ମଧ୍ୟ ତ୍ତରପ୍ରଦେଶ ଫିଲ୍ମ ଉନ୍ନୟନ ପରିଷଦ ଅଧ୍ୟକ୍ଷା ପଦରୁ ବହିଷ୍କାର କରାଯାଇଛି। ଅଖିଳେଶ ନିଜ ସମର୍ଥକ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହ ବୈଠକରେ ଆଲୋଚନା କରି ଏହି ନିଷତ୍ତି ନେଇଛନ୍ତି। ଗତ ଏକ ମାସ ଧରି ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଓ ତାଙ୍କ ଦାଦା ଶିବପାଲ ସିଂହ ଯାଦବଙ୍କ ମଧ୍ୟରେ […]

akhilesh-yadav

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 01:45 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ଦାଦା ଶିବପାଲ ଯାଦବ ସହିତ ମୋଟ ଚାରି ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ଏହାସହିତ ଜୟାପ୍ରଦାଙ୍କୁ ମଧ୍ୟ ତ୍ତରପ୍ରଦେଶ ଫିଲ୍ମ ଉନ୍ନୟନ ପରିଷଦ ଅଧ୍ୟକ୍ଷା ପଦରୁ ବହିଷ୍କାର କରାଯାଇଛି। ଅଖିଳେଶ ନିଜ ସମର୍ଥକ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହ ବୈଠକରେ ଆଲୋଚନା କରି ଏହି ନିଷତ୍ତି ନେଇଛନ୍ତି।

ଗତ ଏକ ମାସ ଧରି ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଓ ତାଙ୍କ ଦାଦା ଶିବପାଲ ସିଂହ ଯାଦବଙ୍କ ମଧ୍ୟରେ ମତ ପାର୍ଥକ୍ୟ ଥିଲା। ଏହି ମତ ପାର୍ଥକ୍ୟ ଏବେ ଉଗ୍ରରୂପ ନେଇଛି। ବୈଠକରେ ଅଖିଳେଶ ଏହା ମଧ୍ୟ କହିଛନ୍ତି କି, ପୂର୍ବରୁ ଦଳରୁ ବହିଷ୍କାର ହୋଇଥିବା ଅମର ସିଂହଙ୍କ ସହ ଯୋଗାଯୋଗରେ ଥିବା କୌଣସି ନେତାଙ୍କୁ ଦଳରେ ସ୍ଥାନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବୈଠକରେ ଅଖିଳେଶ ଶିବପାଲଙ୍କ ସମର୍ଥକଙ୍କୁ ମଧ୍ୟ ଡାକିନଥିଲେ। ବୈଠକରେ କାହାକୁ ମୋବାଇଲ ଫୋନ ନେବାର ଅନୁମତି ମଧ୍ୟ ନ ଥିଲା।

Related story