ଅଖିଳେଶ ଯାଦବ ଆରମ୍ଭ କଲେ ‘ଖତ କି ବାତ୍’ କାର୍ଯ୍ୟକ୍ରମ

ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସମ୍ୱୋଧିତ କରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାର ନାଁ  ‘ଖତ କି ବାତ୍’ ରଖାଯାଇଛି। ଏବେ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ‘ଖତ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ନିଜ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବେ। ଏହା ଜରିଆରେ ଲୋକେ ସରକାରଙ୍କୁ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମଧ୍ୟ […]

akhileshhh

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 10:07 AM IST

ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସମ୍ୱୋଧିତ କରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାର ନାଁ  ‘ଖତ କି ବାତ୍’ ରଖାଯାଇଛି। ଏବେ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ‘ଖତ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ନିଜ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବେ। ଏହା ଜରିଆରେ ଲୋକେ ସରକାରଙ୍କୁ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଜଣାଇ ପାରିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଚିଠି ୨୦ ଅକ୍ଟୋବରରେ ଲୋକଙ୍କ ନିକଟକୁ ଆସିଥିଲା।
ଉତ୍ତର ପ୍ରଦେଶ ସରକାର ଦାବି କରିଛନ୍ତି, ରାଜ୍ୟରେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ହେଲେ ଲୋକେ ବିକାଶ କାର୍ଯ୍ୟ ସମ୍ପର୍କରେ ଜାଣି ପାରୁ ନାହାନ୍ତି।

Related story