ଅଖିଳେଶ ହେଲେ ସପାର ନୂଆ ମୁଖିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଲାୟମ ସିଂ ଯାଦବ ଓ ପୁଅ ଅଖିଳେଶ ଯାଦବଙ୍କ ମଧ୍ୟରେ କଳି ନୂଆ ମୋଡ଼ ନେଇଛି। ଆଜି ଲକ୍ଷ୍ନୌରେ ବସିଥିବା ସ୍ୱତନ୍ତ୍ର ଜାତୀୟ କାର୍ଯ୍ୟ କାର୍ଯ୍ୟକାରିଣୀ ଅଖିଳେଶଙ୍କୁ ସମାଜବାଦୀ ପାର୍ଟି (ସପା)ର ମୁଖିଆ ଘୋଷଣା କରାଯାଇଥିବା ବେଳେ ମୁଲାୟମଙ୍କୁ ମୁଖିଆ ପଦରୁ ବିଦା କରାଯାଇଛି। ଏ ନେଇ ଏକ ପ୍ରସ୍ତାବ ଗୃହିତ ହୋଇଛି। ମୁଲାୟମଙ୍କ ଭାଇ ଶିବପାଲ ଯାଦବଙ୍କୁ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ମୁଖ୍ୟ ପଦରୁ ହଟାଇ ଦିଆଯାଇଥିବା ବେଳେ ବରିଷ୍ଠ ନେତା ଅମର […]

akhilesh

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 10:54 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଲାୟମ ସିଂ ଯାଦବ ଓ ପୁଅ ଅଖିଳେଶ ଯାଦବଙ୍କ ମଧ୍ୟରେ କଳି ନୂଆ ମୋଡ଼ ନେଇଛି। ଆଜି ଲକ୍ଷ୍ନୌରେ ବସିଥିବା ସ୍ୱତନ୍ତ୍ର ଜାତୀୟ କାର୍ଯ୍ୟ କାର୍ଯ୍ୟକାରିଣୀ ଅଖିଳେଶଙ୍କୁ ସମାଜବାଦୀ ପାର୍ଟି (ସପା)ର ମୁଖିଆ ଘୋଷଣା କରାଯାଇଥିବା ବେଳେ ମୁଲାୟମଙ୍କୁ ମୁଖିଆ ପଦରୁ ବିଦା କରାଯାଇଛି। ଏ ନେଇ ଏକ ପ୍ରସ୍ତାବ ଗୃହିତ ହୋଇଛି। ମୁଲାୟମଙ୍କ ଭାଇ ଶିବପାଲ ଯାଦବଙ୍କୁ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ମୁଖ୍ୟ ପଦରୁ ହଟାଇ ଦିଆଯାଇଥିବା ବେଳେ ବରିଷ୍ଠ ନେତା ଅମର ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ମୁଲାୟମଙ୍କ ଭାଇ ତଥା ଅଖିଳେଶଙ୍କ ବିଶ୍ୱସ୍ତ ରାମଗୋପାଳ ଯାଦବ ଏହି ଘୋଷଣା କରିଛନ୍ତି। ତେବେ ମୁଳାୟମ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେ ରାମଗୋପାଳଙ୍କୁ ପୁଣି ଥରେ ଦଳରୁ ବହିଷ୍କାର କରିବା ସହ ଆସନ୍ତା ୫ ତାରିଖରେ ଦଳର ଜାତୀୟ କାର୍ଯ୍ୟକାରିଣୀ ଡାକିଛନ୍ତି।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଅଫିସ୍‌ ଦଖଲ କରିବାକୁ ଅଖିଳେଶଙ୍କ ସମର୍ଥକମାନେ ଉଦ୍ୟମ କରିଛନ୍ତି। ଏହି ସମୟରେ ଶିବପାଲଙ୍କ ସମର୍ଥକଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

Related story