ପାକିସ୍ତାନର ପ୍ରତିଷ୍ଠାତାଙ୍କ ନାଁରେ ମଦ ବୋତଲ

ଇସଲାମାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା। ଏବେ ତାଙ୍କ ନାମ ଏକ ମଦ ବୋତଲରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବୋତଲ ଉପରେ ଜିନ୍ନାଙ୍କ ବାବଦରେ ମଧ୍ୟ ଲେଖା ହୋଇଛି। ଜଣେ ଟ୍ୱିଟର ୟୁଜର ଏଭଳି ପୋଷ୍ଟ କରିଛନ୍ତି। ସେଥିରେ ୟୁଜର ଜଣଙ୍କ ଲେଖିଛନ୍ତି ଏହି ବ୍ୟକ୍ତିଙ୍କୁ ମନେ ପକେଇଲେ ବହୁତ ଆନନ୍ଦ ମିଳେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ମଦ କମ୍ପାନୀର ସତ୍ୟତା ଜଣାପଡ଼ି ନାହିଁ। Ginnah a drink in the […]

wine

Subhransu Sekhar
  • Published: Wednesday, 02 December 2020
  • , Updated: 02 December 2020, 11:22 AM IST

ଇସଲାମାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା। ଏବେ ତାଙ୍କ ନାମ ଏକ ମଦ ବୋତଲରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବୋତଲ ଉପରେ ଜିନ୍ନାଙ୍କ ବାବଦରେ ମଧ୍ୟ ଲେଖା ହୋଇଛି। ଜଣେ ଟ୍ୱିଟର ୟୁଜର ଏଭଳି ପୋଷ୍ଟ କରିଛନ୍ତି। ସେଥିରେ ୟୁଜର ଜଣଙ୍କ ଲେଖିଛନ୍ତି ଏହି ବ୍ୟକ୍ତିଙ୍କୁ ମନେ ପକେଇଲେ ବହୁତ ଆନନ୍ଦ ମିଳେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ମଦ କମ୍ପାନୀର ସତ୍ୟତା ଜଣାପଡ଼ି ନାହିଁ।

https://twitter.com/hourstv24/status/1333803532391071755?s=20

ମଦ ବୋତଲ ଉପରେ ଲେଖାହୋଇଛି ଯେ ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନର ପ୍ରତିଷ୍ଠାତା ଥିଲେ। ୧୯୪୭ ମସିହାରେ ଏହା ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ତିଆରି ହୋଇଥିଲା। ପାକିସ୍ତାନର ଚାରି ତାରକା ଜେନେରାଲ ମହମ୍ମଦ ଜିଆ-ଉଲ-ହକ ୧୯୭୭ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ପରାସ୍ତ କରିଥିଲେ।

Related story