ବ୍ୟାନ ହୋଇପାରେ ୟୁସି ବ୍ରାଉଜର: ଭାରତୀୟଙ୍କ ଡାଟା ଚୀନ୍‌କୁ ପଠାଉଥିବା ଅଭିଯୋଗ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ଉପଭୋକ୍ତାଙ୍କ ମୋବାଇଲ ଡାଟା ଲିକ୍‌ କରିବା ଅଭିଯୋଗ ଆସିଛି ଚୀନ୍‌ କମ୍ପାନୀ ଆଲିବାବାର ‘ୟୁସି ବ୍ରାଉଜର’ ଉପରେ। ଏହି ଅଭିଯୋଗ ଆସିବା ପରେ ସରକାର ଏହାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଅଭିଯୋଗର ପ୍ରମାଣ ମିଳିଲେ ଭାରତରେ ୟୁସି ବ୍ରାଉଜରକୁ ବ୍ୟାନ କରାଯିବ ବୋଲି ଆଇଟି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୟୁସି ବ୍ରାଉଜର ଭାରତୀୟ ଉପଭୋକ୍ତାଙ୍କ ମୋବାଇଲ ଡାଟା ଚୀନ୍‌ ସ୍ଥିତ ସର୍ବରକୁ ପଠାଉଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ […]

uc-browser-alibaba

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 09:28 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ଉପଭୋକ୍ତାଙ୍କ ମୋବାଇଲ ଡାଟା ଲିକ୍‌ କରିବା ଅଭିଯୋଗ ଆସିଛି ଚୀନ୍‌ କମ୍ପାନୀ ଆଲିବାବାର ‘ୟୁସି ବ୍ରାଉଜର’ ଉପରେ। ଏହି ଅଭିଯୋଗ ଆସିବା ପରେ ସରକାର ଏହାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଅଭିଯୋଗର ପ୍ରମାଣ ମିଳିଲେ ଭାରତରେ ୟୁସି ବ୍ରାଉଜରକୁ ବ୍ୟାନ କରାଯିବ ବୋଲି ଆଇଟି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ୟୁସି ବ୍ରାଉଜର ଭାରତୀୟ ଉପଭୋକ୍ତାଙ୍କ ମୋବାଇଲ ଡାଟା ଚୀନ୍‌ ସ୍ଥିତ ସର୍ବରକୁ ପଠାଉଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ବ୍ରାଉଜରକୁ ଅନ୍‌ଇନ୍‌ଷ୍ଟଲ କରିଦେଲେ କି ବ୍ରାଉଜିଂ ଡାଟା ଡିଲିଟ୍‌ କରିଦେଲେ ମଧ୍ୟ ଉପଭୋକ୍ତାଙ୍କ ମୋବାଇଲର ଡିଏନ୍‌ଏସ୍‌ ଉପରେ ଏହାର ନିୟନ୍ତ୍ରଣ ରହୁଛି।

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ କମ୍ପାନୀ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ନୋଟିସ୍‌ ମିଳି ନଥିବା ଓ ଯାଞ୍ଚ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Related story