ଚାଇନା ଫେରନ୍ତା ୪୦୬ ଲୋକ କରୋନା ମୁକ୍ତ

ନୂଆଦିଲ୍ଲୀ: ଚାଇନାର ଉହାନରୁ ଭାରତ ଅଣାଯାଇଥିବା ୪୦୬ ଜଣ ଭାରତୀୟ ଚୂଡ଼ାନ୍ତ ପରୀକ୍ଷାରେ ମରଣାନ୍ତକ ଭାଇରସ୍‌ କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ସେମାନଙ୍କୁ ସୋମବାରଠାରୁ ବିଭିନ୍ନ ପର୍ଯ୍ୟାୟରେ ଘରକୁ ପଠାଯିବ। ଇଣ୍ଡୋ ତିବ୍ବତୀୟାନ୍‌ ବର୍ଡର ପୁଲିସ୍‌ ପରିସରରେ ଏମାନଙ୍କୁ ରଖାଯାଇଛି। ସେଠାରେ ହିଁ ଚୂଡ଼ାନ୍ତ ନମୁନା ସଂଗ୍ରହ କରାଯାଇପରୀକ୍ଷା କରାଯାଉଛି। ଏହା ପୂର୍ବରୁ ସେମାନଙ୍କ ନମୁନା ଦୁଇଥର ଯାଞ୍ଚ ସରିଛି। ଏଥିରେ ମଧ୍ୟ ସେମାନଙ୍କ ଶରୀରରେ କରୋନା ନଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ ଫେବୃଆରୀ ୧୩ […]

Corona

Subrat Kumar Nayak
  • Published: Sunday, 16 February 2020
  • , Updated: 16 February 2020, 06:41 PM IST

ନୂଆଦିଲ୍ଲୀ: ଚାଇନାର ଉହାନରୁ ଭାରତ ଅଣାଯାଇଥିବା ୪୦୬ ଜଣ ଭାରତୀୟ ଚୂଡ଼ାନ୍ତ ପରୀକ୍ଷାରେ ମରଣାନ୍ତକ ଭାଇରସ୍‌ କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ସେମାନଙ୍କୁ ସୋମବାରଠାରୁ ବିଭିନ୍ନ ପର୍ଯ୍ୟାୟରେ ଘରକୁ ପଠାଯିବ।

ଇଣ୍ଡୋ ତିବ୍ବତୀୟାନ୍‌ ବର୍ଡର ପୁଲିସ୍‌ ପରିସରରେ ଏମାନଙ୍କୁ ରଖାଯାଇଛି। ସେଠାରେ ହିଁ ଚୂଡ଼ାନ୍ତ ନମୁନା ସଂଗ୍ରହ କରାଯାଇପରୀକ୍ଷା କରାଯାଉଛି। ଏହା ପୂର୍ବରୁ ସେମାନଙ୍କ ନମୁନା ଦୁଇଥର ଯାଞ୍ଚ ସରିଛି। ଏଥିରେ ମଧ୍ୟ ସେମାନଙ୍କ ଶରୀରରେ କରୋନା ନଥିବା ଜଣାପଡ଼ିଥିଲା।

ଏହା ପୂର୍ବରୁ ଫେବୃଆରୀ ୧୩ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଥିଲେ, ଆଇଟିବିପି ଏବଂ ମାନେସାର କ୍ୟାମ୍ପରେ ଥିବା ୬୫୪ଜଣ ଲୋକଙ୍କ ନମୁନା ପରୀକ୍ଷା ହୋଇଛି। ସେମାନେ ସମସ୍ତେ କରୋନା ମୁକ୍ତ ବୋଲି ଜଣାପଡ଼ିଛି।

ସେ କହିଛନ୍ତି, ଆମ ଦେଶରେ ମୋଟ ୩ ଜଣ ଲୋକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ସେମାନେ ସମସ୍ତେ କେରଳରୁ ଚାଇନାର ଉହାନ୍‌ ପଢ଼ିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ବୋଲି ଜଣାପଡ଼ିଛି।

ଉହାନ୍‌ରୁ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବା ପରେ ଆଇଟିବିପି କ୍ୟାମ୍ପ ଏବଂ ମାନେସାର୍‌ରେ ଅନ୍ୟମାନଙ୍କଠାରୁ ଦୂରରେ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି। ପ୍ରଥମେ ଏକ ଡାକ୍ତରୀ ଟିମ୍ ସେମାନଙ୍କୁ ବିଭିନ୍ନ ଲକ୍ଷଣ ନେଇ ଯାଞ୍ଚ କରିଥିଲେ ଏବଂ ଏହାପରେ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଆଇଟିବିପିର ଏକ ଟିମ୍‌ ଏବଂ ସଫଦରଗଞ୍ଜ ହସ୍ପିଟାଲ ଡାକ୍ତର ଏଥିରେ ନିୟୋଜିତ ହୋଇଛନ୍ତି।

ଫେବୃଆରୀ ୬ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଆଇସିଏମ୍‌ଆର ନେଟୱର୍କ ଲାବୋରେଟୋରୀ ସଂଗ୍ରହ କରିଥିବା ସମସ୍ତ ୫୧୦ ନୁମନା ନକାରାତ୍ମକ ବାହାରିଛି।

Related story