ନଭେମ୍ବର ୧୫ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ନଭେମ୍ବର ୧୬ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ତା’ପୂର୍ବ ଦିନ ଅର୍ଥାତ ନଭେମ୍ବର ୧୫ ତାରିଖରେ ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ। ସାଧାରଣତଃ ନଭେମ୍ବର ମାସ ତୃତୀୟ ଅବା ଚତୁର୍ଥ ସପ୍ତାହରେ ସଂସଦର ଶୀତ ଅଧିବେଶନ ବସିଥାଏ। ତେବେ ଏଥର ଏହା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେଉଛି। ସିଜିଏସ୍‌ଟି […]

modi-rajnath

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 02:40 PM IST

ନୂଆଦିଲ୍ଲୀ: ନଭେମ୍ବର ୧୬ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ତା’ପୂର୍ବ ଦିନ ଅର୍ଥାତ ନଭେମ୍ବର ୧୫ ତାରିଖରେ ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ।

ସାଧାରଣତଃ ନଭେମ୍ବର ମାସ ତୃତୀୟ ଅବା ଚତୁର୍ଥ ସପ୍ତାହରେ ସଂସଦର ଶୀତ ଅଧିବେଶନ ବସିଥାଏ। ତେବେ ଏଥର ଏହା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେଉଛି। ସିଜିଏସ୍‌ଟି ଓ ଆଇଜିଏସ୍‌ଟି ଭଳି ବିଧେୟକଗୁଡ଼ିକୁ ଶୀଘ୍ର ପାରିତ କରିବା ପାଇଁ ସରକାର ସଂସଦର ଶୀତ ଅଧିବେଶନକୁ ଆଗୁଆ କରିଛନ୍ତି ବୋଲି ଜଣାପଡ଼ିଛି। ଏହି ବିଧେୟକଗୁଡ଼ିକ ପାରିତ ହେଲେ ଗୁଡ୍ସ ଆଣ୍ଡ୍ ସଭିୟସେସ୍‌ ଟାକ୍ସ (ଜିଏସ୍‌ଟି) ଲାଗୁ କରିବାର ବାଟ ଖୋଲିଯିବ।

ଏଥରେ ସଂସଦର ଶୀତ ଅଧିବେଶନରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଯିବା, ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍‌ ଓ ଟ୍ରିପଲ୍ ତଲାକ୍ ଉପରେ ଆଲୋଚନା ହେବ ବୋଲି କୁହାଯାଉଛି।

Related story