ଶେଷରେ ସମସ୍ତେ ଫେରିଲେ

ବ୍ୟାଙ୍କକ୍‌ : ମୃତ୍ୟୁକୁ ପାଖରେ ଦେଖୁଥିଲେ ସେମାନେ। ପ୍ରତି ମୁହୂର୍ତ୍ତରେ ଡ଼ର, ଆତଙ୍କ । ଏକାଠି ଥିଲେ ବି ମୁତ୍ୟୁ ସେମାନଙ୍କୁ ପରାସ୍ତ କରିଦେବ, ଏହି ଭୟ ଆତଙ୍କିତ କରି ରଖିଥିଲା। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୧୮ ଦିନ କାଳ ଅନ୍ଧାରୀ ଗୁମ୍ପାରେ କଟିଗଲା ସେମାନଙ୍କ ସମୟ। ହେଲେ କଥାରେ ଅଛି, “ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ”। କଥାଟା ସତ୍ୟ ପ୍ରମାଣିତ ହେଲା- ଲଗାଣ ବର୍ଷା, ଅନ୍ଧାରୀ ଗୁମ୍ଫା, ଅକ୍ସିଜେନ୍‌ର […]

mru

Rakesh Mallick
  • Published: Tuesday, 10 July 2018
  • , Updated: 10 July 2018, 07:43 PM IST

ବ୍ୟାଙ୍କକ୍‌ : ମୃତ୍ୟୁକୁ ପାଖରେ ଦେଖୁଥିଲେ ସେମାନେ। ପ୍ରତି ମୁହୂର୍ତ୍ତରେ ଡ଼ର, ଆତଙ୍କ । ଏକାଠି ଥିଲେ ବି ମୁତ୍ୟୁ ସେମାନଙ୍କୁ ପରାସ୍ତ କରିଦେବ, ଏହି ଭୟ ଆତଙ୍କିତ କରି ରଖିଥିଲା। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୧୮ ଦିନ କାଳ ଅନ୍ଧାରୀ ଗୁମ୍ପାରେ କଟିଗଲା ସେମାନଙ୍କ ସମୟ। ହେଲେ କଥାରେ ଅଛି, “ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ”। କଥାଟା ସତ୍ୟ ପ୍ରମାଣିତ ହେଲା- ଲଗାଣ ବର୍ଷା, ଅନ୍ଧାରୀ ଗୁମ୍ଫା, ଅକ୍ସିଜେନ୍‌ର ଅଭାବ ସତ୍ତ୍ୱେ ସେମାନେ ମୃତ୍ୟୁକୁ ଜୟ କରିଛନ୍ତି। ଆମେ କହୁଛୁ ଥାଇଲ୍ୟାଣ୍ଡର ଲୁଆଙ୍ଗ୍‌ ଗୁମ୍ଫାରୁ ସଫଳତାର ସହ ଉଦ୍ଧାର ପାଇଥିବା ୧୨ କିଶୋର ଫୁଟବଲ ଖେଳାଳୀ ଓ ସେମାନଙ୍କ କୋଚ୍‌ଙ୍କ କଥା।

ଗତ ୨୩ ତାରିଖରେ ଉତ୍ତର ଥାଇଲ୍ୟାଣ୍ଡର ୧୧ ଜଣ ଫୁଟବଲ ଖେଳାଳି ମ୍ୟାଚ୍‌ ସାରିବା ପରେ ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତା ବଶତଃ ଏହି ଗୁମ୍ଫାରେ ପ୍ରବେଶ କରିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ରହିଥିଲେ।  ଗୁମ୍ଫା ମୁହଁଠାରୁ ପ୍ରାୟ ୪ କିଲୋମିଟରେ ଦୂରରେ ଏମାନେ ଫସି ରହିଥିଲେ । ଏମାନଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା ।

ଯାହାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେମାନଙ୍କୁ ମୁକ୍ତ କରିବା ପାଇଁ ଅନେକ ରାଷ୍ଟ୍ର ସହଯୋଗର ହାତ ବଢାଇଥିଲେ। ଥାଇଲ୍ୟାଣ୍ଡ ସହ ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍, ମିଆଁମାର, ଫ୍ରାନ୍ସ ଓ ଅନ୍ୟ ଦେଶର ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦୁଇ ଦିନ ତଳେ ଗୁମ୍ଫା ଭିତରୁ ୪ଜଣଙ୍କୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ଚାରିଜଣଙ୍କୁ ବାହାରକୁ ଅଣାଯାଇଥିଲା । ଆଜି ସକାଳେ ଆଉ ୪ ଜଣ ଉଦ୍ଧାର ହୋଇଥିଲେ। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Related story