ଆଜି ଲାଲୁଙ୍କ କିଡ଼ନୀ ପ୍ରତିରୋପଣ, ଇମୋସନାଲ ହେଲେ ରୋହିଣୀ

ସିଙ୍ଗାପୁର: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ ହେବ କିଡ଼ନୀ ପ୍ରତିରୋପଣ । ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ। ଏନେଇ ରୋହିଣୀ ଆଜି ସକାଳୁ ହସ୍ପିଟାଲ ବେଡରୁ ନିଜ ଫଟୋ ଟ୍ୱିଟ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। କିଡନୀ ପ୍ରତିରୋପଣ ପାଇଁ ରୋହିଣୀଙ୍କର ପ୍ରଥମେ ଅପରେସନ୍ କରାଯିବ।  ଫଟୋରେ ଦେଖିବାକୁ ମିଳିଛି ଯେ ଅପରେସନ୍ ପୂର୍ବରୁ ରୋହିଣୀ ହସ୍ପିଟାଲ […]

lalu-1

  • Published: Monday, 05 December 2022
  • , Updated: 05 December 2022, 10:36 AM IST

ସିଙ୍ଗାପୁର: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ ହେବ କିଡ଼ନୀ ପ୍ରତିରୋପଣ । ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ। ଏନେଇ ରୋହିଣୀ ଆଜି ସକାଳୁ ହସ୍ପିଟାଲ ବେଡରୁ ନିଜ ଫଟୋ ଟ୍ୱିଟ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

କିଡନୀ ପ୍ରତିରୋପଣ ପାଇଁ ରୋହିଣୀଙ୍କର ପ୍ରଥମେ ଅପରେସନ୍ କରାଯିବ।  ଫଟୋରେ ଦେଖିବାକୁ ମିଳିଛି ଯେ ଅପରେସନ୍ ପୂର୍ବରୁ ରୋହିଣୀ ହସ୍ପିଟାଲ ବେଡ ଉପରେ ଅଛନ୍ତି। ତାଙ୍କ ମୁହଁରେ ଉତ୍ସାହ ଓ ସାହସ ଦେଖିବାକୁ ମିଳିଛି। ଫଟୋରେ ରୋହିଣୀ ବିଜୟ ସଙ୍କେତ ମଧ୍ୟ ଦେଖାଇଛନ୍ତି। ଲାଲୁ ଯାଦବଙ୍କୁ ମଧ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ୯ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ କନ୍ୟା ହେଉଛନ୍ତି ରୋହିଣୀ। ସେ ସିଙ୍ଗାପୁରରେ ନିଜ ପରିବାର ସହ ରହୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ଇମୋସନାଲ ହୋଇପଡ଼ିଥିବା ରୋହିଣୀ ଟ୍ୱିଟ କରି କହିଛନ୍ତି, ଭଗବାନଙ୍କୁ ଦେଖିନି । ହେଲେ ଭଗବାନଙ୍କ ରୂପରେ ପିତାଙ୍କୁ ପାଇଛି। ଲାଲୁ ଯାଦବ ସୁସ୍ଥ ରହିବା ସାଧାରଣ ଲୋକଙ୍କ ଆବଶ୍ୟକତା । ଏଥିପାଇଁ ଏପରି ସାହସିକ ପସକ୍ଷେପ ନେଇଛି।

[caption id="attachment_786768" align="aligncenter" width="650"] ହସ୍ପିଟାଲ ବେଡରେ ଥିବା ରୋହିଣୀ ନିଜ ପିତାଙ୍କୁ କିଡ଼ନୀ ଦେବେ ।[/caption]

ସୂଚନାଯୋଗ୍ୟ, କିଡନୀ ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ ଲାଲୁ ଓ ରୋହିଣୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ରୋହିଣୀଙ୍କର ଅପରେସନ କରାଯାଇ କିଡନୀ ବାହାର କରାଯିବ । ଏହାପରେ ଉକ୍ତ କିଡ଼ନୀକୁ ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।

ଲାଲୁଙ୍କ ୨ଟି ଯାକ କିଡ଼ନୀ ୨୮% କାମ କରୁଥିବା ବେଳେ ରୋହିଣୀଙ୍କ କିଡ଼ନୀ ୯୦%ରୁ ୯୫ % କାମ କରୁଛି। ଏହା ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ ହେଲେ ତାହା ୭୦%ରୁ ଊର୍ଦ୍ଧ୍ୱ କାମ କରିବ । ଯାହା ଦ୍ୱାରା ଜଣେ ସୁସ୍ଥ ଜୀବନଯାପନ କରିପାରିବ ।

ଲାଲୁଙ୍କ ଅପରେସନ ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଆରଜେଡି ଜାତୀୟ ସାଧାରଣ ସମ୍ପାଦକ ଭୋଲା ଯାଦବ ଶନିବାର ରାତିରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି। ରାବ୍ରି ଦେବୀ ଏବଂ ମିସା ଭାରତୀ ସିଙ୍ଗାପୁରରେ ଅଛନ୍ତି। ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରାଯିବ। ଏହି ଡାକ୍ତରଖାନାରେ ପୂର୍ବତନ ବିଜେପି ସାଂସଦ ଆର.କେ ସିହ୍ନା, ଅମର ସିଂ ଏବଂ ଅଭିନେତା ରଜନୀକାନ୍ତଙ୍କ କିଡନୀ ପ୍ରତିରୋପଣ କରାଯାଇଛି।

ଲାଲୁଙ୍କ ସୁସ୍ଥ ମନାସି ତାଙ୍କ ନିମନ୍ତେ ରବିବାର ପାଟଣାର ଦାନାପୁରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଆଜି ହେବାକୁ ଥିବା କିଡନୀ ପ୍ରତିରୋପଣ ପାଇଁ ପୂଜାପାଠ ଓ ରୁଦ୍ରାଭିଷେକ କରାଯାଇଥିବା ଜଣାଯାଇଛି।

Related story