ଆମ୍ମାଙ୍କ ଚିକିତ୍ସାରେ ମୋଦି ହସ୍ତକ୍ଷେପ କରନ୍ତୁ: ଶଶିକଳା ପୁଷ୍ପା

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଦିଲ୍ଲୀ ଅଣାଯାଉ। ଚେନ୍ନାଇରେ ତାଙ୍କ ଚିକିତ୍ସାରେ ଅସୁବିଧା ହେଉଛି ବୋଲି ଏଆଇଏଡିଏମ୍‌କେ ଦଳରୁ ବହିଷ୍କୃତ ହୋଇଥିବା ସାଂସଦ ଶଶିକଳା ପୁଷ୍ପା ଏହା କହିଛନ୍ତି। ସେ କହିଛନ୍ତି,“ଆମ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅବହେଳା କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଏନେଇ ହସ୍ତକ୍ଷେପ କରିବା ଦରକାର।” ସେ ଆହୁରି କହିଛନ୍ତି,’“ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଅନୁରୋଧ କରୁଛି,“ଆମ୍ମାଙ୍କ ଚିକିତ୍ସା କୌଣସି ସରକାରୀ ହସପିଟାଲରେ କରନ୍ତୁ। କିନ୍ତୁ କୌଣସି ଘରୋଇ ହିସପିଟାଲରେ ତାଙ୍କର ଚିକତ୍ସା କରନ୍ତୁ […]

shashikala1024_

Rakesh Mallick
  • Published: Monday, 05 December 2016
  • , Updated: 06 December 2016, 03:42 PM IST

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଦିଲ୍ଲୀ ଅଣାଯାଉ। ଚେନ୍ନାଇରେ ତାଙ୍କ ଚିକିତ୍ସାରେ ଅସୁବିଧା ହେଉଛି ବୋଲି ଏଆଇଏଡିଏମ୍‌କେ ଦଳରୁ ବହିଷ୍କୃତ ହୋଇଥିବା ସାଂସଦ ଶଶିକଳା ପୁଷ୍ପା ଏହା କହିଛନ୍ତି।

ସେ କହିଛନ୍ତି,“ଆମ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅବହେଳା କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଏନେଇ ହସ୍ତକ୍ଷେପ କରିବା ଦରକାର।”

ସେ ଆହୁରି କହିଛନ୍ତି,’“ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଅନୁରୋଧ କରୁଛି,“ଆମ୍ମାଙ୍କ ଚିକିତ୍ସା କୌଣସି ସରକାରୀ ହସପିଟାଲରେ କରନ୍ତୁ। କିନ୍ତୁ କୌଣସି ଘରୋଇ ହିସପିଟାଲରେ ତାଙ୍କର ଚିକତ୍ସା କରନ୍ତୁ ନାହିଁ। ଆମ୍ମାଙ୍କ କୌଣସି ପରିବାର ନାହିଁ । ଆମେ ତାଙ୍କର ସନ୍ତାନ। ସେଥିପାଇଁ ଆମକୁ ଚିନ୍ତା ହେଉଛି।”

ଶଶିକଳା କହିଛନ୍ତି,“ଆମ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ଆପତ୍ତକାଳୀନ କମିଟି ଗଠନ କରନ୍ତୁ।”

Related story